www.samajalive.in
Saturday, December 6, 2025
19.1 C
Bhubaneswar

ଆଇପିଏସ୍‌ ଅଧିକାରୀଙ୍କ ନାମରେ ଫେସ୍‌ବୁକ୍‌ରେ ଜାଲ୍‌ ଆକାଉଣ୍ଟ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍‌ ତଥା ରେଳବାଇ ଓ ତଟସୁରକ୍ଷା ଅତିରିକ୍ତ ମହାନିର୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ନାମରେ ଫେସ୍‌ବୁକ୍‌ରେ ଜାଲ୍‌ ଆକାଉଣ୍ଟ ଖୋଲି କେହି ଟଙ୍କା ଆଦାୟ କରୁଥିବା ନେଇ ଜଣାପଡିଛି। ତେବେ ଏସମ୍ପର୍କରେ ଅବଗତ ହେବା ପରେ ଏଡିଜି ଶ୍ରୀ ଆଚାର୍ଯ୍ୟ ତୁରନ୍ତ କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌କୁ ଏକ ସୂଚନା ଦେଇଛନ୍ତି।  ନିଜ ଫେସବୁକରେ ମଧ୍ୟ ଶ୍ରୀ ଆଚାର୍ଯ୍ୟ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି ।

- Advertisement -

 

କେହି ଦୁର୍ବୃତ୍ତ ଏଡିଜି ଶ୍ରୀ ଆଚାର୍ଯ୍ୟଙ୍କ ନାମରେ ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିବା ଏବଂ ତାଙ୍କର ବନ୍ଧୁମାନଙ୍କୁ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଇ ସମ୍ପର୍କ ଯୋଡିବା ପରେ ସେମାନଙ୍କଠାରୁ ଟଙ୍କା ମାଗୁଥିଲେ। ଏକାଧିକ ବନ୍ଧୁ ଏସମ୍ପର୍କରେ ଜଣାଇବା ପରେ ଏଡିଜି ଶ୍ରୀ ଆଚାର୍ଯ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। କିଛି ମାସ ପୂର୍ବରୁ ରାଜଧାନୀରେ ଜଣେ ଅଧ୍ୟାପକଙ୍କ ନାମରେ ମଧ୍ୟ ଜାଲ୍‌ ଆକାଉଣ୍ଟ୍‌ ଖୋଲି କିଛି ଦୁର୍ବୃତ୍ତମାନେ ମଧ୍ୟ ସମାନ ଉପାୟରେ ଟଙ୍କା ମାଗୁଥିବା ନେଇ ଜଣାପଡିଥିଲା। ଏନେଇ ସେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories