www.samajalive.in
Saturday, December 13, 2025
21.1 C
Bhubaneswar

କାକୁଡ଼ି , ଦହି ଓ ଏଲୋବେରା ଫେସ ପ୍ୟାକ୍‍

ବଜାରରେ ବିକ୍ରି ହେଉଥିବା ଫେସ ପ୍ୟାକ ବଦଳରେ ଆପଣ ଘରୋଇ ଉପାୟରେ ମଧ୍ୟ ଏହାକୁ ପ୍ରସ୍ତୁତ କରିପାରିବେ। ଯାହା ତ୍ୱଚା ପାଇଁ ଉତ୍ତମ ହେବା ସହ କେମିକାଲ ନଥିବା ହେତୁ କୌଣସି କୁପ୍ରଭାବ ପକାଇ ନଥାଏ। ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ଘରୋଇ ଫେସ ପ୍ୟାକ……
ବେସନ, କ୍ଷୀର ଓ ମହୁ ଫେସ ପ୍ୟାକ୍‍ –
୪ ଚାମଚ ବେସନ, ୧ ଚାମଚ କ୍ଷୀର , ଅଳ୍ପ କିଛି ମହୁ ଓ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୩ଥର ଏହାକୁ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ଓ ଉଜ୍ଜ୍ୱଳ ହୋଇଥାଏ।
ଟମାଟୋ ଓ ମହୁ ଫେସ ପ୍ୟାକ୍‍ –
ଅଳ୍ପ ଟମାଟୋ ରସରେ କିଛି ମହୁ ମିଶାଇ ଏହାକୁ ମୁହଁରେ ଲଗାଇ ୨୫ ମିନିଟ ରଖନ୍ତୁ। ୨୫ ମିନିଟ ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ଥର ଲଗାନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଦହି ଓ ଏଲୋବେରା ଫେସ ପ୍ୟାକ୍‍ –
୪ ଚାମଚ ଏଲୋବେରା ରସରେ ୧ ଚାମଚ ଦହି ମିଶାଇ ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିବା ସହ ଗୋରା ମଧ୍ୟ କରିଥାଏ।
କାକୁଡ଼ି ଫେସ ପ୍ୟାକ୍‍ –
କାକୁଡ଼ିକୁ କାଟି ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟରେ ସାମାନ୍ୟ ଚିନି ମିଶାଇ ଏହାକୁ ୫ ରୁ ୧୦ ମିନଟ ଫ୍ରିଜରେ ରଖି ଦିଅନ୍ତୁ। ଫ୍ରିଜରୁ କାଢି ଏହାକୁ ମୁହଁରେ ଲଗାଇ ୨୫ ମିନିଟ ରଖନ୍ତୁ। ୨୫ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୨ଥର ଲଗାଇବା ଦ୍ୱାରା ମୁହଁର ବିଭିନ୍ନ ଦାଗ ଦୂର ହୋଇଥାଏ। ମୁହଁର ଚର୍ମ କୋମଳ ହୋଇଥାଏ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories