www.samajalive.in
Thursday, December 11, 2025
14.1 C
Bhubaneswar

ନଭେମ୍ବରରେ ଭାରତର ରପ୍ତାନି ୨୬% ବୃଦ୍ଧି; ବାଣିଜ୍ୟ ନିଅଣ୍ଟ ୨୩.୨୭ ବିଲିଅନ ଡଲାର

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ମାସରେ ଭାରତର ରପ୍ତାନି ପୂର୍ବବର୍ଷ ନଭେମ୍ବର ତୁଳନାରେ ୨୬.୪୯% ବୃଦ୍ଧିପାଇଛି । ଗତବର୍ଷ ନଭେମ୍ବରରେ ଦେଶରୁ ୨୩.୬୨ ବିଲିଅନ ଡଲାର ମୂଲ୍ୟର ରପ୍ତାନି କରାଯାଇଥିବାବେଳେ ଚଳିତ ବର୍ଷ ନଭେମ୍ବରରେ ରପ୍ତାନି ପରିମାଣ ୨୯.୮୮ ବିଲିଅନ ଡଲାରକୁ ବୃଦ୍ଧିପାଇଛି । ଅନ୍ୟପକ୍ଷରେ ଚଳିତ ବର୍ଷ ନଭେମ୍ବର ମାସରେ ବାଣିଜ୍ୟ ନିଅଣ୍ଟ ପରିମାଣ ରେକର୍ଡ ୨୩.୨୭ ବିଲିଅନ ଡଲାର ହୋଇଛି, ଯାହା ଗତବର୍ଷ ନଭେମ୍ବର ତୁଳନାରେ ୧୨୮.୩୦% ଅଧିକ ବୋଲି ଜଣାଯାଇଛି । ଗତବର୍ଷ ନଭେମ୍ବରରେ ବାଣିଜ୍ୟ ନିଅଣ୍ଟ ୧୦.୧୯ ବିଲିଅନ ଡଲାର ଥିଲା । ସୂଚନାଯୋଗ୍ୟ ଯେ ରପ୍ତାନି ଓ ଆମଦାନୀ ମଧ୍ୟରେ ରହୁଥିବା ପାର୍ଥକ୍ୟ ହେଉଛି ବାଣିଜ୍ୟ ନିଅଣ୍ଟ ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ୧୨୧.୯୮ ବିଲିଅନ ଡଲାର ହୋଇଛି । କେବଳ ନଭେମ୍ବର ମାସରେ ସୁନା ଆମଦାନୀ ପରିମାଣ ୮% ବୃଦ୍ଧିପାଇବା କାରଣରୁ ଏହି ମାସରେ ବାଣିଜ୍ୟ ନିଅଣ୍ଟ ଆଶାତୀତ ଭାବରେ ବୃଦ୍ଧିପାଇଛି । ଏହା ପୂର୍ବରୁ ୨୦୧୨ ନଭେମ୍ବର ମାସରେ ବାଣିଜ୍ୟ ନିଅଣ୍ଟ ୨୦.୨ ବିଲିଅନ ଡଲାରରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା । ଚଳିତ ବର୍ଷ ନଭେମ୍ବରରେ ମୋଟ ୫୩.୧୫ ବିଲିଅନ ଡଲାର ମୂଲ୍ୟର ଆମଦାନୀ କରାଯାଇଛି । ଏହା ୨୦୨୦ ନଭେମ୍ବରରେ ହୋଇଥିବା ଆମଦାନୀ ପରିମାଣ ୩୩.୮୧ ବିଲିଅନ ଡଲାର ତୁଳନାରେ ୫୭.୧୮% ଅଧିକ ଏବଂ ୨୦୧୯ ନଭେମ୍ବରରେ ହୋଇଥିବା ୩୮.୫୨ ବିଲିଅନ ଡଲାର ମୂଲ୍ୟର ଆମଦାନୀ ତୁଳନାରେ ୩୭.୯୬% ଅଧିକ ଥିବା ଜଣାଯାଇଛି । ଚଳିତ ବର୍ଷ ଆଲୋଚ୍ୟ ମାସରେ ଅଶୋଧିତ ପେଟ୍ରୋଲିୟମ ଏବଂ ସୁନା ଆମଦାନୀ ବୃଦ୍ଧିପାଇଛି ।
ସେହିଭଳି ୨୦୨୧ ଏପ୍ରିଲରୁ ନଭେମ୍ବରରେ ଭାରତରୁ ରପ୍ତାନି ପରିମାଣ ୩୮୪.୪୪ ବିଲିଅନ ଡଲାର ହୋଇଛି, ଯାହା ୨୦୨୦ ଏପ୍ରିଲ-ନଭେମ୍ବରରେ ହୋଇଥିବା ୨୧୯.୧୯ ବିଲିଅନ ଡଲାର ମୂଲ୍ୟର ରପ୍ତାନି ତୁଳନାରେ ୭୫.୩୯% ଅଧିକ । ଏହା ମଧ୍ୟ ୨୦୧୯ ଏପ୍ରିଲ-ନଭେମ୍ବରରେ ହୋଇଥିବା ରପ୍ତାନି ୩୨୪.୫୯ ବିଲିଅନ ଡଲାର ତୁଳନାରେ ୧୮.୪୪% ଅଧିକ । ଚଳିତ ବର୍ଷ ନଭେମ୍ବର ମାସରେ ଅଶୋଧିତ ପେଟ୍ରୋଲିୟମ ଏବଂ ପେଟ୍ରୋଲିମଜାତ ସାମଗ୍ରୀ ଆମଦାନୀ ୧୩୨.୪୪% ବୃଦ୍ଧିପାଇ ୧୪.୬୮ ବିଲିଅନ ଡଲାରରେ ପହଞ୍ଚିଛି । ଅନ୍ୟପକ୍ଷରେ ଏହି ମାସରେ ପେଟ୍ରୋଲିୟମ ଉତ୍ପାଦ, ହସ୍ତତନ୍ତ ସାମଗ୍ରୀ, ଇଞ୍ଜିନିୟରିଂ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ ଏବଂ ସାମୁଦ୍ରିକ ପଦାର୍ଥ ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories