www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣା ଅବକାରୀ ବିଭାଗର ଚଢ଼ାଉ: ୨୨ ଲିଟର ମହୁଲି ମଦ ଜବତ, ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଆଜି ସାହାରପଡା ବ୍ଲକ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୨ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି। ଏହାସହିତ ୨ ଜଣଙ୍କୁ ଗିରଫ କରିଛି ପାଟଣା ଅବକାରୀ ବିଭାଗ । ଆଜି ପୂର୍ବାହ୍ନ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ଚଢ଼ାଉ ସମୟରେ ଦମାହୁଦା ଗ୍ରାମର ମୀନା ହେମ୍ବ୍ରମ(୪୦)ଙ୍କ ଠାରୁ ୧୨ ଲିଟର ମହୁଲି ମଦ ଓ ପିପିଳିଆ ଗ୍ରାମର ବନମାଳୀ ମହାନ୍ତ(୫୪)ଙ୍କ ଠାରୁ ୧୦ ଲିଟର ମହୁଲି ମଦ ଜବତ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ଅତିରିକ୍ତ ଅଧିକାରୀ ଜଗନ୍ନାଥ ଭିତିରିଆ, କର୍ମଚାରୀ ମିଥୁନ କୁମାର ଜେନା, ଆରତୀ ବେହେରା ସାମିଲ ଥିଲେ । ଆଜି ଅପରାହ୍ନରେ ଗିରଫ ଦୁଇ ଜଣଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories