www.samajalive.in
Sunday, December 14, 2025
14.1 C
Bhubaneswar

ବାଙ୍କୀ ବନ୍ୟା ସ୍ଥିତି ପରଖିଲେ ପୂର୍ବତନ ବିଧାୟକ

କଳାପଥର: ଉପରମୁଣ୍ଡ ଛତିଶଗଡରେ ଲଗାଣ ବର୍ଷ ପ୍ରଭାବରେ ମହାନଦୀରେ ବନ୍ୟା ପାଣି ଆସି ତଳିଆ ଅଞ୍ଚଳ ଭାବେ ପରିଚିତ ବାଙ୍କୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନେକ ଗାଁ ଜଳବନ୍ଦୀ ହୋଇ ରହିଥିବା ବେଳେ ଅନେକ ସ୍ଥାନରେ ବାସଗୃହକୁ ପାଣି ମାଡିଯାଇଥିବା ଦେଖିବାକୁ ମଳିଛି। ଶହ ଶହ ହେକ୍ଟର ଜମିରେ ବନ୍ୟାଜଳ ମାଡିଯିବା ଫଳରେ ବ୍ୟାପକ ପରିମାଣରେ ଧାନ ଚାଷ ଏବଂ ଫସଲ ଚାଷ ନଷ୍ଟ ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଙ୍କୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ରାଜ୍ୟ ପିସିସି ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ ବାଙ୍କୀର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି।

ଡ.ପଟ୍ଟନାୟକ ବାଙ୍କୀ ଗୟଳବାଙ୍କ ଠାରେ ମହାନଦୀର ବନ୍ଧରେ ସୃଷ୍ଟି ହୋଇଥିବା ଘାଇ ବୁଲି ଦେଖିବା ସହିତ କଇଁମୁଣ୍ଡି, ଘୋଡାବର ହୁଳୁହୁଳା ପୋଲ, ଓସ୍ତିଆ, ନଦୀକୁଣ୍ଡା ପୋଲ, ଚନ୍ଦ୍ରପା ସେତୁ ଆଦି ଅଞ୍ଚଳ ବୁଲି ଦେଖିବା ସହିତ ବନ୍ୟା ସ୍ଥିତି ସଂପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ। ସୂଚନା ଥାଉକି ରଣନଦୀରେ ପାଣି ପ୍ରବାହିତ ହେବା ଫଳରେ ବାଙ୍କୀ ବିଲିପଡା-ତାଳବସ୍ତ, ବାଙ୍କୀ-ଖୋର୍ଦ୍ଧା ରାସ୍ତା, ଭେଡାରାମଚନ୍ଦ୍ରପୁର-ବୈଦେଶ୍ୱର ଆଦି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ହେତୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ପଡିଛି। ସେହିପରି ଉତ୍ତର କୁଲାଟ ଅଞ୍ଚଳର ହୁଳୁହୁଳା ପୋଲ ଉପରେ ୬ ଫୁଟରୁ ଊର୍ଦ୍ଧ୍ବ ଜଳ ପ୍ରବାହିତ ହେବା ଫଳରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ୬ ଗୋଟି ପଂଚାୟତ ଏବଂ ତିଗିିରିଆ ଅଞ୍ଚଳର ୪ ଗୋଟି ପଂଚାୟତର ଜନସାଧାରଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି। ହୁଳୁ ହୁଳା ପୋଲ ଠାରେ ପ୍ରଶାସନ ତରଫରୁ ବୋଟ୍‍ ବ୍ୟବସ୍ଥା କରାଯାଇ ନଥିବା ବେଳେ ଡ.ପଟ୍ଟନାୟକ କ୍ଷୋଭ ପ୍ରକାଶ କରି ତୁରନ୍ତ ଡଙ୍ଗା ବ୍ୟବସ୍ଥା କରିବାକୁ ବାଙ୍କୀ ପ୍ରଶାସନ ସହ ଫୋନ୍‍ ଯୋଗେ ଆଲୋଚନା କରିଥିବା ଜଣାଯାଇଛି। ଅନ୍ୟପଟେ ଚାଷ ଜମି ବ୍ୟାପକ ପରିମାଣରେ ପ୍ରଭାବିତ ହୋଇଥିବା ବେଳେ ଚାଷୀଙ୍କୁ କୃଷିଋଣ ଛାଡ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ରଖିଛନ୍ତି। ବନ୍ୟା ଘେରରେ ଥିବା ଜନସାଧାରଣଙ୍କୁ ପ୍ରଶାସନ ପହଞ୍ଚି ତୁରନ୍ତ ରିଲିଫ୍‍ ଯୋଗାଇ ଦେବା ସହିତ ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ପ୍ରଶାସନ ସଜାଗ ରହିବା ସହିତ ପାଟ୍ରୋଲିଂ କଡାକଡି କରିବା ପାଇଁ ଦାବି ରଖିଛନ୍ତି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories