୧୦% ଇଡ଼ବ୍ଲୁ୍ଏସ୍‌ ସଂରକ୍ଷଣ ଓଡ଼ିଶାରେ ତୁରନ୍ତ ଲାଗୁ କରାଯାଉ

ଭୁବନେଶ୍ୱର: ଗରିବ ପିଲାଙ୍କ ପାଇଁ ପାଠ ପଢା ଓ ନିଯୁକ୍ତି କ୍ଷେତ୍ରରେ ୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ୧୦% ଇଡ଼ବ୍ଲୁ୍ଏସ୍‌ କୋଟା ଓଡ଼ିଶାରେ ତୁରନ୍ତ ଲାଗୁ କରିବା ଦାବିରେ ସୋମବାର ବିଧାନସଭା ସମ୍ମୁଖରେ ଓଡ଼ିଶା ସାଧାରଣ ବର୍ଗ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସାଧାରଣ ବର୍ଗର ଲୋକମାନେ ଏକାଠି ହୋଇ ସରକାରଙ୍କ ବୈମାତୃକ ମନୋଭାବର ତୀବ୍ର ସମାଲୋଚନା କରିଥିଲେ । ଏହି ସଂରକ୍ଷଣ ଆଇନ ଶିଘ୍ର ଲାଗୁ କରିବାକୁ ଦାବି ହୋଇଛି । ନଚେତ ସାଧାରଣ ବର୍ଗର ଲୋକମାନେ ଅଧିକ ସଂଗଠିତ ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.