www.samajalive.in
Friday, December 5, 2025
23.1 C
Bhubaneswar

ବିବାହ ଋତୁରେ ଖସିଲା ସୁନା-ରୂପା ଦର

ନୂଆଦିଲ୍ଲୀ: ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ ସୁନା ଓ ରୂପା ଦର କିଛି ମାତ୍ରାରେ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ଘରୋଇ ବଜାରରେ ସୋମବାର ସୁନା ଓ ରୂପା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଚାହିଦା ଅଭାବ ଯୋଗୁ ଦରକୁ ସମର୍ଥନ ମିଳୁନାହିଁ। ଏଥିସହ ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି, ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ବେଲର୍ସ ଆସୋସିଏସନ୍‌(ଆଇବିଜେଏ) ମୁତାବକ, ୧୦ ଗ୍ରାମ ପ୍ରତି ସୁନା ୫୧୭ ଟଙ୍କା ଶସ୍ତା ହୋଇ ୬୨,୬୨୫ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପ୍ରତି ୪୬,୯୬୯ ଟଙ୍କା ରହିଛି। ରୂପା ଦରରେ ମଧ୍ୟ ସୋମବାର ୧ ହଜାରରୁ ଅଧିକ ଟଙ୍କା ହ୍ରାସ ପାଇଛି। ଏହା ୧,୩୧୯ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପ୍ରତି ୭୦,୫୪୫ ଟଙ୍କାକୁ ଖସିଆସିଛି। ଏହା ପୂର୍ବରୁ ରୂପା ୭୧,୮୬୪ ଟଙ୍କା ଥିଲା।

ଶୁଦ୍ଧତା ଅନୁସାରେ ସୁନାର ଦାମ୍‌:

- Advertisement -

୧୦ କ୍ୟାରେଟ୍‌ ଅର୍ଥାତ୍‌ ୪୧.୭ ପ୍ରତିଶତ ଶୁଦ୍ଧ ସୁନାର ଦାମ୍‌ ସୋମବାର ୩୬୬୩୬ ଟଙ୍କାକୁ ଖସିଛି। ରବିବାର ତୁଳନାରେ ଆଜି ମୂଲ୍ୟ ୩୦୨ ଟଙ୍କା କମିଛି।

୧୪ କ୍ୟାରେଟ୍‌ ଅର୍ଥାତ୍‌ ୫୮.୩ ପ୍ରତିଶତ ଶୁଦ୍ଧ ସୁନାର ଦାମ୍‌ ସୋମବାର ୪୬୯୬୯ ଟଙ୍କା ରହିଛି। ରବିବାର ତୁଳନାରେ ମୂଲ୍ୟ ୩୯୭ ଟଙ୍କା ହ୍ରାସ ପାଇଛି।

୧୮ କ୍ୟାରେଟ୍‌ ଅର୍ଥାତ୍‌ ୭୫.୦ ପ୍ରତିଶତ ଶୁଦ୍ଧ ସୁନା ଦର ୫୭୬୩୫ ଟଙ୍କା ରହିଛି। ରବିବାର ତୁଳନାରେ ୫୦୫ ଟଙ୍କା ଶସ୍ତା ହୋଇଛି।

୨୨ କ୍ୟାରେଟ୍‌ ଅର୍ଥାତ୍‌ ୯୧.୭ ପ୍ରତିଶତ ଶୁଦ୍ଧ ସୁନାର ଦାମ୍‌ ସୋମବାର ୬୨୩୭୪ ଟଙ୍କା ରହିଛି। ରବିବାର ତୁଳନାରେ ଦାମ୍‌ ୫୧୫ ଟଙ୍କା କମିଛି।

୨୪ କ୍ୟାରେଟ୍‌ ଅର୍ଥାତ୍‌ ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ସୋମବାର ୬୨୬୨୫ ଟଙ୍କାକୁ ଖସିଆସିଛି। ରବିବାର ତୁଳନାରେ ଆଜିର ଦାମ୍‌ ୫୧୭ ଟଙ୍କା ହ୍ରାସ ପାଇଛି।

 

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories