www.samajalive.in
Saturday, December 13, 2025
15.1 C
Bhubaneswar

ଏରସମା ସିପିଆଇର ଗଣ ବିକ୍ଷୋଭ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଅଖିଳ ଭାରତ କୃଷକ ସଭା ସିପିଆଇ ତରଫରୁ ଏକ ୨୦ଦଫା ଦାବୀ ପତ୍ରକୁ ନେଇ ସ୍ଥାନୀୟ ତହସିଲ ଅଫିସ ଘେରାଉ କରାଯିବା ସହିତ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏରସମାରେ ତୁରନ୍ତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (ଜେଏମଏଫସି କୋର୍ଟ) ସବ୍ ରେଜିଷ୍ଟାର ଅଫିସ୍, ଫାଇଲିନ ମହାବାତ୍ୟାର କ୍ଷତିଗ୍ରସ୍ତ ମହାବାତ୍ୟା ଲୋକଙ୍କୁ ସାହାର୍ଯ୍ୟ , ଧାନ କୁଇଁଟାଲ ୩ହଜାର ଟଙ୍କା ପ୍ରଦାନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଡଃ ସ୍ୱାମୀ ନାଥନ ରିପୋର୍ଟ କାର୍ଯ୍ୟକାରିତା,ଯୁଦ୍ଧ କାଳୀନ ଭିତିରେ ଜଳ ସେଚନ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବା,ପ୍ରତି ଗ୍ରାମ ପଂଚାୟତରେ ଧାନ ମଣ୍ଡି ଖୋଲିବା, ଏରସମା ବ୍ଲକରେ ଥିବା ଭୂମିହିନ ମାନଙ୍କୁ ତୁରନ୍ତ ଦଖଲ ଜମିରେ ଘରଡିହ ପଟ୍ଟା ଯୋଗାଇବୋ, କୃଷି ରଣ ଛାଡ, ଭାଗଚାଷୀଙ୍କ ପାଇଁ ଅ୍ଧବନ ପ୍ରଣୟନ ପ୍ରଭୃତି ୨୦ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଭାରତର ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ସିପିଆଇ କର୍ମୀ ବଜାର ପରିକ୍ରମା କରି ତହସିଲ ସମ୍ମୁଖରେ ଏକ ପ୍ରତିବାଦ ସଭା ପିତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ବିଶିଷ୍ଟ ସାମ୍ୟବାଦୀ ନେତା ତଥା ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ,ଶଶୀଭୂଷଣ ସ୍ୱାଇଁ,ଜୋନ୍ ସମ୍ପାଦକ ବଂଶୀଧର ବେହେରା,ପ୍ରଫୁଲ ଦାସ,ରାମଚନ୍ଦ୍ର ମୁଦୁଲି,ଜିଲା ସମ୍ପାଦକ ଅଭିଜିତ୍ ସାହୁ, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଏହିସବୁ ଦାବୀକୁ ଯୁଦ୍ଧ କାଳୀନ ଭିତିରେ ପୂରଣ କରିବା ପାଇଁ ସେମାନେ ଦାବୀ କରିଥିଲେ ।

 

- Advertisement -

 

 

 

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories