www.samajalive.in
Monday, December 8, 2025
24.1 C
Bhubaneswar

ବଢିଲା ଇପିଏଫ ସୁଧହାର

ସମାଜ ଡିଜିଟାଲ ଡେସ୍କ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧହାର ବୃଦ୍ଧି ନେଇ ଘୋଷଣା କରିଛି ଇପିଏଫଓ । ନିର୍ବାଚନ ପୂର୍ବରୁ ଇପିଏଫ ଖାତାଧାରୀଙ୍କ ପାଇଁ ଏହା ଖୁସି ଖବର ହୋଇଛି । ସୁଧହାର ୮.୧୫%ରୁ ୮.୨୫%କୁ ବୃଦ୍ଧି କରାଯାଇଛି । ସୁଧହାର ବୃଦ୍ଧି ହେବାରୁ ଲକ୍ଷଲକ୍ଷ କର୍ମଚାରୀ ଉପକୃତ ହେବେ । ଗତ ୩ବର୍ଷରେ ଏହା ସର୍ବାଧିକ ସୁଧହାର । ୨୦୨୧-୨୨ରେ ସୁଧହାର ୮.୧ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫% ରହିଥିଲା । ଏବେ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫% କରାଯାଇଛି । ଇପିଏଫ୍ଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, ‘ସେଣ୍ଟ୍ରାଲ୍ ଟ୍ରଷ୍ଟି ବୋର୍ଡ’ (ସିବିଟି) ଶନିବାର ହୋଇଥିବା ଏକ ବୈଠକରେ ୨୦୨୩-୨୪ ପାଇଁ ଇପିଏଫ ଉପରେ ୮.୨୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories