ବାହାଘର ପାଇଁ ଏମିତି କହିଲେ ଭାଇଜାନ୍
ମୁମ୍ବଇ : ବଲିଉଡ୍ର ଭାଇଜାନ୍ ସଲମାନ ଖାନଙ୍କ ବିବାହ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ଏହା ମଧ୍ୟରେ ବାହାଘର ପାଇଁ ସଲମାନ ଖାନ କ’ଣ କହିଛନ୍ତି, ତାହାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ବର୍ତ୍ତମାନ ସମୟରେ ସଲମାନଙ୍କ ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ଶୋ’ ବିଗ୍ ବସ୍ ୧୭କୁ ପ୍ରଶଂସକ ବେଶ ପ୍ରସନ୍ଦ କରୁଛନ୍ତି। ବିଗ୍ ବସ୍ର ଏକ ଏପିସୋଡ୍ର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ସଲମାନ ଅଭିନେତ୍ରୀ ତବୁଙ୍କ ସହ ବିବାହ ବିଷୟରେ କଥା ହେଉଛନ୍ତି। ସେହି ସମୟରେ ତବୁ କହିଛନ୍ତି, ଆମେ ତ ବାହା ହେଉ ନାହୁଁ। ଆମ ଭାଗରେ ଥିବା ବିବାହର ରୀତିନୀତି ମଧ୍ୟ ଅନ୍ୟମାନଙ୍କ ଦ୍ୱାରା କରାଉଛୁ। ସେହି ସମୟରେ ସଲମାନ ମଜାର ସହ କହିଛନ୍ତି, ମୁଁ ତ ନିଶ୍ଚୟ ବାହା ହେବି। ମୁଁ ହୁଇଲ୍ ଚେୟାରରେ ବସି ବାହା ହେବି। ଏହାପରେ ନିଆଁକୁ ଡେଇଁ ପଡିବି।
Comments are closed.