www.samajalive.in
Sunday, December 14, 2025
26.1 C
Bhubaneswar

କୋଲମପଡ଼ା ଜଙ୍ଗଲରେ ଗୁଳିବିନିମୟ, ଯବାନଙ୍କୁ ସାମ୍ନା କରି ନ ପାରି ମାଓବାଦୀଙ୍କ ଛତ୍ରଭଙ୍ଗ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛଡ଼ା ଥାନା ଅନ୍ତର୍ଗତ କୋଲମପଡ଼ା ଗାଁ ନିକଟ ଜଙ୍ଗଲରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟ ସମୟରେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି।

ଗତ ସୋମବାର ଭୋର ସମୟରେ ଏହି ଗୁଳିବିନିମୟ ଘଟିଥିଲା। ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସଓଜି ଏବଂ କନ୍ଧମାଳ ଡିଭିଏଫ ପକ୍ଷରୁ ଗତ ୪ ତାରିଖରେ କୋଲମପଡ଼ା ଜଙ୍ଗଲରେ କୋମ୍ବିଂ ଅପରେଶନ ଆରମ୍ଭ ହୋଇଥିଲା। ୫ ତାରିଖ ସକାଳେ ଯବାନଙ୍କ ସହିତ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା। ମାଓବାଦୀମାନେ ଯବାନମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ଯବାନମାନେ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ। ଫଳରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣା ସ୍ଥଳରୁ ମାଓବାଦୀଙ୍କ ଦ୍ବାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଜଙ୍ଗଲରେ ଏବେ ବି କୋମ୍ବିଂ ଅପରେଶନ ଜାରି ରହିଥିବା ସୂଚନା ମିଳିଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories