www.samajalive.in
Wednesday, December 10, 2025
18.1 C
Bhubaneswar

ଆଇଏନଏକ୍ସ ମିଡିଆ ଦୁର୍ନୀତି: ପି ଚିଦମ୍ବରମ୍‍ ଓ ପୁଅ କାର୍ତି ବ୍ୟକ୍ତିଗତ ହାଜିରାରୁ ଛାଡପାଇଲେ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ସମ୍ପର୍କିତ କଳାଟଙ୍କା କାରବାର ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ ଏବଂ ତାଙ୍କ ପୁଅଙ୍କୁ ଦିଲ୍ଲୀର ଏକ ଅଦାଲତ ବୁଧବାର ବ୍ୟକ୍ତିଗତ ହାଜିରାରୁ ଛାଡ କରିଛନ୍ତି। ଚିଦମ୍ବରମ୍‍ଙ୍କ ଓପିଲ ଏ ସଂପର୍କରେ ଏକ ଆବେଦନ ଦାଖଲ କରିବାପରେ ସ୍ୱତନ୍ତ୍ର ଜଜ୍‍ ଏମ କେ ନାଗପାଲ ତାହାକୁ ଗ୍ରହଣ କରି ପି ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତି ଚିଦମ୍ବରମଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ କରିଛନ୍ତି। ଚିଦମ୍ବରମ ତାମିଲନାଡୁରେ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ବାଦ୍‍ଦେବାକୁ ଓକିଲ ଅଦାଲତରେ ଆବେଦନ କରିଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯିବା ପରେ ତାହାକୁ ଗ୍ରହଣ କରି ଅଦାଲତଙ୍କ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କୁ ଗତ ମାର୍ଚ୍ଚ ୨୪ରେ ସମନ ପଠାଯାଇ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୬ ତାରିଖରେ କରାଯିବ। ଚିଦମ୍ବରମ୍‍ଙ୍କ ଓକିଲ ଦର୍ଶାଇଥିଲେ ଯେ ପି ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତି କଂଗ୍ରେସ ଦଳର ତାରକା ପ୍ରଚାରକ ହୋଇଥିବାରୁ ସେମାନେ ସଂପ୍ରତି ଅଦାଲତରେ ହାଜର ହେବା ସମ୍ଭବ ନୁହେଁ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଜାମିନ ଆବେଦନ ଉପରେ ଅଦାଲତ ମଧ୍ୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ପି ଚିଦମ୍ବରମ ୨୦୧୯ ଅଗଷ୍ଟ ୨୧ରେ ଗିରଫ ହୋଇଥିଲେ। ପରେ ଏହି ମାମଲା ସଂପର୍କିତ ଏକ କଳାଟଙ୍କା କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୨୦୧୯ ଅକ୍ଟୋବର ୧୬ରେ ଗିରଫ କରିଥିଲା। ତାହାର ଛଅଦିନ ପରେ ଅର୍ଥାତ ଅକ୍ଟୋବର ୨୨ରେ ଶୀର୍ଷ ଅଦାଲତ ସିବିଆଇ ଦାଏର କରିଥିବା ମାମଲାରେ ଚିଦମ୍ବରମଙ୍କୁ ଜାମିନ ମଞ୍ଜୁର କରିଥିଲେ। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ୨୦୧୯ ଡିସେମ୍ବର ୪ ତାରିଖରେ ତାଙ୍କୁ ଜାମିନ ମିଳିଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories