www.samajalive.in
Wednesday, December 10, 2025
26.1 C
Bhubaneswar

ଆମେରିକାରେ ନୂଆ ଦଳ ଗଢ଼ିବେ ମସ୍କ

ୱାଶିଂଟନ: କୋଟିପତି ବ୍ୟବସାୟୀ ଏଲନ ମସ୍କ ଆମେରିକା ରାଜନୀତିରେ ନୂଆ ପରିବର୍ତ୍ତନ ଆଣିବା ଲାଗି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ପରେ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଦ ଆମେରିକାନ ପାର୍ଟି’ ଗଠନ କରିବାକୁ ଘୋଷଣା କରିଛନ୍ତି। ଏପରିକି ନୂଆ ରାଜନୈତିକ ଦଳ ଗଠନ ନେଇ ମସ୍କ ଆମେରିକାବାସୀଙ୍କ ଠାରୁ ମତାମତ ଲୋଡିଛନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମସ୍କ ଆମେରିକାର ୮୦% ମଧ୍ୟବିତ୍ତଙ୍କୁ ପ୍ରଶ୍ନ କରିଛନ୍ତି ଯେ ଦେଶରେ ନୂଆ ରାଜନୈତିକ ଦଳର ଆବଶ୍ୟକତା ରହିଛି କି ନାହିଁ। ତେବେ ଅଧିକାଂଶ ୟୁଜର୍ସ ଏହି ନୂଆ ଚିନ୍ତାଧାରାକୁ ସମର୍ଥନ ଜଣାଇଛନ୍ତି। ୟୁଜର୍ସଙ୍କ ସମର୍ଥନ ପାଇବା ପରେ ମସ୍କ ବେଶ ଉତ୍ସାହିତ ହୋଇ ଉଠିଛନ୍ତି। ସେ କହିଛନ୍ତି ଯେ ଆମେରିକାର ମଧ୍ୟବିତ୍ତଙ୍କ ପ୍ରତିନିଧିତ୍ବ କରିବା ପାଇଁ ନୂଆ ଦଳର ଆବଶ୍ୟକତା ରହିଛି। ଆଉ ମଧ୍ୟ ମସ୍କଙ୍କ ଏପରି ଚିନ୍ତାଧାରାକୁ ନେଇ ଆମେରିକାରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି। ତେବେ ମସ୍କ ତାଙ୍କ ନୂଆ ରାଜନୈତିକ ଦଳ ଗଠନ ନେଇ କୌଣସି ବିଧିବଦ୍ଧ ଘୋଷଣା କରି ନାହାନ୍ତି।
ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମସ୍କ ଏକ ପୋଷ୍ଟ କରିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ପରେ ମସ୍କ ତାଙ୍କ ପୋଷ୍ଟକୁ ଶୁକ୍ରବାର ହଟାଇ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଜେଫ୍ରି ଏପଷ୍ଟିନ୍ ଯୌନ ଅଭିଯୁକ୍ତଙ୍କ ତାଲିକାରେ ରହିଥିବା ନେଇ ମସ୍କ ଶୁକ୍ରବାର ପୋଷ୍ଟ କରିଥିବାବେଳେ ଏହାକୁ ସେ ପ୍ରତ୍ୟାହାର କରିନେଇଛନ୍ତି। ଏକ୍ସରୁ ନିଜର ପୋଷ୍ଟ ହଟାଇ ନେବା ପଛରେ ଉଭୟଙ୍କ ମଧ୍ୟରେ ଆପୋସ ମିଳାମିଶା ହେବାର ଆଭାସ ମିଳୁଛି। ଗତ ମାସରେ ମସ୍କ ସରକାରୀ ପଦରୁ ଇସ୍ତଫା ଦେଇଥିଲେ। ଏପଷ୍ଟିନ ଫାଇଲରେ ଟ୍ରମ୍ପଙ୍କ ନାମ ରହିଥିବା ନେଇ ମସ୍କ କହିବା ପରେ ଟ୍ରମ୍ପ ଏହା ଉପରେ କୌଣସି ମତାମତ ଦେବାକୁ ମନା କରିଥିଲେ। ଟ୍ରମ୍ପ କହିଥିରେ ମସ୍କ ତାଙ୍କ ମାନସିକ ସ୍ଥିତି ହରାଇ ବସିଛନ୍ତି। ଗତବର୍ଷ ଟ୍ରମ୍ପଙ୍କ ରାଷ୍ଟ୍ରପତି ନିର୍ବାଚନରେ ମସ୍କ ତାଙ୍କ ପାଇଁ ବ୍ୟାପକ ପ୍ରଚାର କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories