www.samajalive.in
Wednesday, December 10, 2025
26.1 C
Bhubaneswar

ସମୀକ୍ଷା ରାଜ୍ୟର ସର୍ବକନିଷ୍ଠ ମହିଳା ପାଇଲଟ୍‌

ଅନୁଗୋଳ: ଅନୁଗୋଳ ଜିଲା ସଦର ମହକୁମାକୁ ଛୁଉଁଥିବା ଗାଁ କାଙ୍ଗୁଲାର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ଜିଲା ପାଇଁ ଗୌରବ ଆଣିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ନିଜର ଲକ୍ଷ୍ୟସାଧନ କରିବାରେ ସଫଳ ହୋଇଛନ୍ତି। ୨୧ ବର୍ଷର ସମୀକ୍ଷା ନିକଟରେ ପାଇଲଟ ଭାବେ କୃତିତ୍ୱର ସହ ତାଲିମ ଶେଷ କରି ବିମାନ ଉଡ଼ାଇବାର ଲାଇସେନ୍ସପ୍ରାପ୍ତ ହୋଇପାରିଛନ୍ତି। ଆଗକୁ କ୍ୟାପଟେନ ହେବାକୁ ସେ ନିଜର ପ୍ରସ୍ତୁତି ଜାରି ରଖିଥିବା ପ୍ରକାଶ କରିଛନ୍ତି। ସେ ଆମ ରାଜ୍ୟର ସବୁଠାରୁ କମ୍‌ ବୟସର ମହିଳା ପାଇଲଟ ହୋଇ ପାରିଛନ୍ତି। ସମୀକ୍ଷାଙ୍କ ବାପା ସଞ୍ଜୟକୁମାର ବେହେରା ଏବଂ ମା’ ସରୋଜିନୀ ବାଘ। ଉଭୟ ପୁଲିସ ବିଭାଗରେ ଚାକିରି କରନ୍ତି। ପାଠପଢ଼ା ସହ ଇଂରାଜୀ ବକ୍ତୃତାରେ ପାରଙ୍ଗମ ସମୀକ୍ଷା ଜାତୀୟ ସ୍ପେଲ ବି ପ୍ରତିଯୋଗିତାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିମାନରେ ଭୁବନେଶ୍ବରରୁ କୋଇମ୍ବାଟୁର ଯାତ୍ରା କରିଥିଲେ। ବିମାନରେ ବସିବା ପରେ ନିଜେ ଜଣେ ବିମାନ ଚାଳକ ହେବାକୁ ତାଙ୍କ ମଧ୍ୟରେ ଇଚ୍ଛା ଜାଗ୍ରତ ହୋଇଥିଲା। ନିଜେ ଇଣ୍ଟରନେଟରେ ସବୁକିଛି ଖୋଜାଖୋଜି କରି ଭୁବନେଶ୍ୱରସ୍ଥିତ ଗତି ସରକାରୀ ଏଭିଏସନ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଲେ। ଏଥିପାଇଁ ଅବଶ୍ୟ ବହୁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା ତାଙ୍କୁ। ପରେ ପ୍ରାକ୍ଟିକାଲ ପାଇଁ ଢେଙ୍କାନାଳ ଜିଲା କାମାଖ୍ୟାନଗର ବିରାଶିଳା ତାଲିମ କେନ୍ଦ୍ରକୁ ଆସି ସେଠାରେ ସଫଳତାର ସହ ତାଲିମ ଶେଷ କଲେ। ବିରାଶିଳାରେ ସିଙ୍ଗଲ ଇଞ୍ଜିନ ତାଲିମ ଶେଷ କରିବା ପରେ ପୁନେରେ ମଲ୍‌ଟି ଇଞ୍ଜିନ ଟ୍ରେନିଂ ଶେଷ କରିଥିଲେ।
୨୦୨୫ ଫେବୃଆରୀରେ ସମୀକ୍ଷା କମର୍ସିଆଲ ପାଇଲଟ ଲାଇସେନ୍ସ (ସିପିଏଲ)ହାସଲ କରିଥିଲେ। ଏବେ ସେ ସାରା ଓଡ଼ିଶାର ସର୍ବକନିଷ୍ଠ ମହିଳା ପାଇଲଟ ଭାବେ କୃତିତ୍ୱ ଅର୍ଜନ କରି ପାରିଛନ୍ତି। ରାଜ୍ୟର ସର୍ବକନିଷ୍ଠ ମହିଳା ପାଇଲଟ ଭାବେ ସେ ବର୍ତ୍ତମାନ ୨୦୦ ଘଣ୍ଟା ଉଡାଣ କରିବାକୁ ସକ୍ଷମ। ତାଲିମ ପରେ ୯ ହଜାର ୪୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବିମାନ ଉଡାଇଥିବା ପ୍ରକାଶ କରନ୍ତି ସମୀକ୍ଷା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories