ହାତୀ- ଗଣ୍ଡା ଲଢେଇ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଜଙ୍ଗଲରେ ଅନେକ ପ୍ରକାର ଜୀବଜନ୍ତୁ ରୁହନ୍ତି । ସମସ୍ତଙ୍କର ନିଜର ଏକ ଅଞ୍ଚଳ ରହିଛି ଏବଂ ସମସ୍ତେ ସେହି କ୍ଷେତ୍ରରେ ଅନ୍ୟ କାହାକୁ ସହଜରେ ଭର୍ତ୍ତି କରିବାକୁ ଦିଅନ୍ତି ନାହିଁ । ତେବେ କିଛି ଜୀବଜନ୍ତୁ ଏମିତି ଥାନ୍ତି ଯେଉଁମାନେ ସାହସ ଦେଖାଇ ଅନ୍ୟ କ୍ଷେତ୍ରକୁ ଚାଲିଯାଇଥାନ୍ତି । ଅନେକ ଥର ଏହି ସମୟରେ ଜୀବଜନ୍ତୁଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଏକ ହାତୀ ସହିତ ଏକ ଗଣ୍ଡାର ଲଢେଇ ଭିଡିଓ ଦେଖିବାକୁ ମିଳୁଛି ।

ଏଥିରେ ନଜର ଆସୁଛି କି ହାତୀକୁ ସାମ୍ନାରେ ଦେଖି ଗଣ୍ଡା ନିଜ ସିଙ୍ଗ ଆଗକୁ କରି ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ପ୍ରଥମେ ହାତୀ ଏହାକୁ ଧ୍ୟାନ ଦେଉନି । କିନ୍ତୁ ଯେତେବେଳେ ଗଣ୍ଡା ମାନୁନି ହାତୀ ନିଜର ଉଗ୍ର ରୂପ ଦେଖାଇବାକୁ ପ୍ରସ୍ତୁତ ହେଉଛି । ଏହା ପରେ ଗଣ୍ଡା ପଛକୁ ଫେରିଆସୁଛି ଏବଂ ଲୁଚି ଦୌଡି ପଳାଉଛି । ଭିଡିଓକୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି । ସମସ୍ତେ ଏହାକୁ ପସନ୍ଦ କରିବା ସହ ଲଗାତର ସେୟାର ମଧ୍ୟ କରୁଛନ୍ତି । 

Comments are closed.