www.samajalive.in
Sunday, December 7, 2025
26.1 C
Bhubaneswar

ଛେଲିଆପାଟ ଜଙ୍ଗଲକୁ ହାତୀ କରିଡର ଘୋଷଣା କରିବାପାଇଁ ହାଇକୋର୍ଟରେ ମାମଲା

ଆଗଲପୁର: ଆଗଲପୁର ବ୍ଲକର ଛେଲିଆପାଟ ଜଙ୍ଗଲ ସଂଲଗ୍ନ ଅଞ୍ଚଳକୁ ହାତୀ କରିଡର ଭାବେ ଘୋଷଣା କରିବା ସହିତ ହାତୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆଗଲପୁର ସୂର୍ୟ୍ୟକୁମାର ମେହେର ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଛେଲିଆପାଟ ଜଙ୍ଗଲରେ ଦୀର୍ଘ ବର୍ଷହେବ ୨୫/୩୦ପଟ ହାତୀ ରହିଆସୁଛନ୍ତି। ଏହି ହାତୀ ଗୁଡିକ ଜଙ୍ଗଲର ଆଖପାଖ ଅଞ୍ଚଳରେ ଚଳପ୍ରଚଳ ହେଉଛନ୍ତି। ଅନେକ ସମୟରେ ହାତୀ ଗୁଡିକ ସ୍ଥାନୀୟ ବାସିନ୍ଦାଙ୍କ ଫସଲ ଓ ଧନସମ୍ପତି ନଷ୍ଟ କରୁଛନ୍ତି। ବହୁ ସମୟରେ ମଣିଷ ହାତୀ ସାମନ୍‍ା ସାମନି୍‍ ହେଉଛନ୍ତି। ଅତିତରେ ଏହି ଅଞ୍ଚଳର ୧୦ଜଣ ମଣିଷ ଓ ୬ ଟି ହାତୀଙ୍କ ଜୀବନ ଯାଇସାରିଲାଣି। କିନ୍ତୁ ବନବିଭାଗ ଏଭଳି ଘଟଣାକୁ ଗୁରୁତ୍ତ୍ୱ ଦେଉନାହିଁ। ହାତୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ନା ମଣିଷ ଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ କିଛି କରାଯାଉଛି। ସରକାରଙ୍କ ପକ୍ଷରୁ ହାତୀ ଚଳ ପ୍ରଚଳ ହେଉଥିବା ଛେଲିଆପାଟ ଜଙ୍ଗଲ ସଂଲଗ୍ନ ଅଞ୍ଚଳକୁ ହାତୀ କରିଡର ଘୋଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହାସହିତ ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଛି। ଏନେଇ ବଲାଙ୍ଗିର ଜିଲା ଶିକ୍ଷା ଅଧିକାରୀ ଚିଠି ଲେଖିଛନ୍ତି। କେଉଁପରିସ୍ଥିତିରେ ହାତୀଙ୍କ ଚଳପ୍ରଚଳ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଛି ତାହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଆଗଲପୁର ବ୍ଲକର ଆଗଲପୁର ଠାରେ ପୋଲିସଷ୍ଟେସନ, ଦମକଳ,ତହିସିଲ କାର୍ୟ୍ୟାଳୟ,ଗମନା ଗମନ, ବିଦ୍ୟୁତ ସୁବିଧା ର ସମସ୍ତ ବ୍ୟବସ୍ଥା ରହିଛି ଓ ସୁରକ୍ଷିତ ସ୍ଥାନ ହୋଇଥିବାରୁ ଆଗଲପୁର ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟର ଗୃହ ସଚିବ, ଜଙ୍ଗଲ ସଚିବ, ବଲାଙ୍ଗିର ଜିଲାପାଳ, ଏସପି, ବନଅଧିକାରୀ, ଶିକ୍ଷା ଅଧିକାରୀ ଓ ଆଗଲପୁର ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories