www.samajalive.in
Monday, December 8, 2025
14.1 C
Bhubaneswar

ବିଷ ଖାଇ ମରଣ ସହ ଯୁଝୁଛି ହାତୀ : ବଞ୍ଚାଇବାକୁ ଚିକିତ୍ସକଙ୍କ ଉଦ୍ୟମ ଜାରି  

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡ  ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକ ନିକଟ ବାଁବିଲି ମୈାଜାରେ ଥିବା ଏକ ବିଲରୁ ଗୋଟିଏ ଅସୁସ୍ଥ ହାତୀକୁ ବୁଧବାର ଉଦ୍ଧାର କରାଯାଇଛି। ସକାଳେ ଲୋକ ଫସଲ କିଆରିକୁ ଗଲାବେଳେ ମଲାଗୁଣୀ ନଦୀ ନିକଟରେ ଥିବା ଏକ ବିଲରେ ପଡି ହାତୀଟି ଛଟପଟ ହେଉଥିଲା। ପାଖରେ ଏକ ଦନ୍ତା ହାତୀ ଜଗି ରହି ଚିତ୍କାର କରୁଥିଲା। ସ୍ଥାନୀୟ ଲୋକ ଏହାଦେଖି ବନ ବିଭାଗକୁ ଖବର ଦେବା ପରେ ଏସିଏଫ ଗୋବିନ୍ଦ ବିଶ୍ୱାଳ, ଟାଙ୍ଗୀ ରେଞ୍ଜର ଅଜୟ ଜଗଦେବ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଫସଲ କିଆରିରେ ପଡିଥିବା କୀଟନାଶକଯୁକ୍ତ ଖାଦ୍ୟ ଖାଇ ହାତୀଟି ଅସୁସ୍ଥ ହୋଇ ପଡିଥିବା ଅନୁମାନ କରାଯାଉଛି। ବିଷକ୍ରିୟାରେ ହାତୀଟି ଅସୁସ୍ଥ ହୋଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଦେଖାଯାଉଛି। ଟାଙ୍ଗୀ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା.ତୁଷାର ରଞ୍ଜନ ସାହୁ, ଭକ୍ତ ଚରଣ ଦଳେଇ ସହକର୍ମୀଙ୍କ ସହିତ ଅସୁସ୍ଥ ହାତୀଟିର ଚିକିତ୍ସା ଜାରି ରଖିଛନ୍ତି। ବିଷକ୍ରିୟାର ଲକ୍ଷଣ ସେତେ ଜଣା ପଡୁନଥିବା ଓ ଓୟୁଏଟି ପ୍ରଫେସରଙ୍କ ପରାମର୍ଶରେ ଆମେ ଚିକିତ୍ସା କରୁଛୁ ବୋଲି ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଡା.ସାହୁ କହିଛନ୍ତି। ଡାକ୍ତରଙ୍କ ପରାମର୍ଶରେ ବନ କର୍ମଚାରୀମାନେ ହାତୀ ଦେହରେ ପାଣି ପକାଇଥିଲେ। ପରେ ଟାଙ୍ଗୀରୁ ଦମକଳ ବାହିନୀ ଆସି ହାତୀ ଦେହରେ ଦୀର୍ଘ ସମୟ ପାଣି ସିଞ୍ଚନ କରିଥିଲା। ହାତୀଟି ନିକଟରେ ଥିବା କଖାରୁ କିଆରିର ଦୁଇ ତିନୋଟି ସ୍ଥାନରେ ପଡିଥିବା ଦେଖାଯାଇଥିଲା। ତେବେ କିଛି ଦୂରରେ ଥିବା ଫସଲ କିଆରିରୁ ମଧ୍ୟ ଗତ ରାତିରେ ଫସଲ ଖାଇଥିବା ଦେଖାଯାଇଛି। ଅନେକ ଲୋକ ବାଁବିଲ ମୈାଜାରେ ଥିବା ଜମିରେ ରବି ଫସଲ କରିଛନ୍ତି। ସନ୍ଧ୍ୟାରେ କ୍ରେନ ସହାୟତାରେ ହାତୀଟିକୁ ଠିଆ କରାଯାଇଛି। ତେବେ ସେ ଚାଲବୁଲ କରିପାରୁନି। ବନକର୍ମଚାରୀମାନେ ହାତୀଟିକୁ ଜଗି ରହିଛନ୍ତି। ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଘଟଣାସ୍ଥଳକୁ ଆସିନଥିଲେ। ସୂଚନାଯୋଗ୍ୟ ଯେ ୨୦୧୯ ନଭେମ୍ବର ୨୨ ତାରିଖରେ ଅସୁସ୍ଥ ହାତୀଟି ପଡିଥିବା ସ୍ଥାନରୁ ପ୍ରାୟ ୭୦୦ ମିଟରେ ଦୂରରେ ଏକ ଦନ୍ତା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories