www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ମୁକାବିଲା ପାଇଁ ନବୀନଙ୍କ ପଦକ୍ଷେପକୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ କୟା ବିସ୍ତାର କରିଚାଲିଥିବା ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି ନବୀନ ପଟ୍ଟନାୟକଙ୍କ କରୋନା ମୁକାବିଲା କରିବା ପାଇଁ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତା ମାନଙ୍କୁ ପଞ୍ଜିକୃତ କରିବା ପାଇଁ କରାଯାଇଥିବା​‌ ବ୍ୟବସ୍ଥା ଦ୍ବାରା କରୋନା ସଂକ୍ରମଣକୁ ରୋକାଯାଇ ପାରିବ।

- Advertisement -

ରାଜ୍ୟ ସରକରଙ୍କ ଦ୍ବାରା ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ଜାରି କରାଯାଇଥିବା ୱେବସାଇଟରେ ୨୧୧୩ରୁ ଅଧିକ ଲୋକ ନିଜ ନାମ ପଞ୍ଜିକୃତ କରିଛନ୍ତି। ବିଦେଶ ଫେରନ୍ତା ଲୋକମାନଙ୍କୁ ନାମ ପଞ୍ଜିକରଣ କରିବା​‌ ପାଇଁ ଉତ୍ସାହିତ କରିବା ଏବଂ କରୋନକୁ ରୋକିବା ଦିଗରେ ସଚେତନତା କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଦେଶ ଫେରନ୍ତା ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ୱେବସାଇଟରେ ପଞ୍ଜିକୃତ କରିଥିଲେ। ପଞ୍ଜିକୃତ କରିବା ପରେ ଲୋକମାନଙ୍କୁ ସଚେତନ ହେବା ଏବଂ ସେଚ୍ଛାକୃତ ଭାବେ ପଞ୍ଜିକରଣ  କରିବା ପାଇଁ ନବୀନ ଟ୍ବିଟ କରିଥିଲେ। ଯାହାକୁ ପ୍ରଶଂସା କରିଛନ୍ତି ମୋଦୀ। ମୋଦୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି କି ନବୀନଙ୍କ ପଦକ୍ଷେପକୁ ଅନ୍ୟମାନେ ଅନୁସରଣ କରିବା ଦରକାର। ମୁଖ୍ୟମନ୍ତ୍ରୀ ନବୀନ କରୋନା ମୁକାବିଲା ନେଇ ଉଦାହରଣ ପାଲଟିଛନ୍ତି। ଆମେ ସମସ୍ତେ ଉଦ୍ୟମ କଲେ କରୋନା ଭାଇରସ ମୁକାବିଲା କରିପାରିବା ବୋଲି ସେ କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories