ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ଛକ ସ୍ଥିତ ଦୈନିକ ବଜାର ପାଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ମୁକୁଳା ହୋଇ ପଡିଛି। ପ୍ରତ୍ୟେକ ଦିନ ଶହ ଶହ ଲୋକ ଏହି ରାସ୍ତାରେ ଯାତାୟାତ କରିବା ସହ ଦୈନିକ ବଜାରକୁ ଆସୁଥିବା ଲୋକେ ଉକ୍ତ ସ୍ଥାନରେ ଗାଡ଼ି ରଖି ବଜାରକୁ ଯାଉଛନ୍ତି । ଫଳରେ ଲୋକେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ତେବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସବୁଠି ପାଚେରୀ ନିର୍ମାଣ କରାଯାଉଥିଲେ ମଧ୍ୟ ଏଭଳି ଏକ ଜନଗହଳି ପୁର୍ଣ୍ଣ ସ୍ଥାନରେ ଟ୍ରାନ୍ସଫର୍ମରକୁ ମୁକୁଳା ରଖିବା ବିଭାଗର ଖାମଖିଆଲି ମନୋଭାବ ଦର୍ଶାଉଛି । କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ତୁରନ୍ତ ଏଠାରେ ଏକ ପାଚେରୀ ନିର୍ମାଣ କରିବା ପାଇଁ ଦାବି ହେଉଛି।
Popular Categories



