ଡେସ୍କ: ଭୋଟରମାନେ ଯେଭଳି ଶୀଘ୍ର ଫଟୋ ପରିଚୟ ପତ୍ର ପାଇପାରିବେ, ସେ ନେଇ ନିର୍ବାଚନ କମିଶନ ଭୋଟରମାନଙ୍କୁ ପରିଚୟ ପତ୍ର ପଠାଇବା କାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଭୋଟରମାନେ ଭୋଟର ତାଲିକାରେ ଅପଡେଟ୍ ହେବାର ୧୫ ଦିନ ମଧ୍ୟରେ ଭୋଟର ଫଟୋ ପରିଚୟ ପତ୍ର ପାଇବେ। କମିଶନ ଏକ ନୂତନ ମାନକ କାର୍ଯ୍ୟ ପ୍ରଣାଳୀ ପ୍ରଚଳନ କରିଛନ୍ତି ଯାହା ଦ୍ଵାରା ଭୋଟରଙ୍କ ନୂତନ ନାମଲେଖା କିମ୍ବା ପୂର୍ବରୁ ଥିବା ଭୋଟରଙ୍କ ଯେକୌଣସି ବିବରଣୀରେ ପରିବର୍ତ୍ତନ ସମେତ ଭୋଟର ଫଟୋ ପରିଚୟ ପତ୍ରଗୁଡ଼ିକର ଦ୍ରୁତ ବଣ୍ଟନ ସମ୍ଭବ ହୋଇପାରିବ। କମିଶନଙ୍କ ଅନୁଯାୟୀ ନୂତନ ବ୍ୟବସ୍ଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଦ୍ୱାରା ଭୋଟର ଫଟୋ ପରିଚୟ ପତ୍ର ଜେନେରେସନ୍ ଠାରୁ ଭୋଟରମାନଙ୍କୁ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟର ପ୍ରକୃତ ସମୟ ଟ୍ରାକିଂ ସୁନିଶ୍ଚିତ କରିବ। ପ୍ରତ୍ୟେକ ପର୍ଯ୍ୟାୟରେ ଭୋଟରମାନେ ଏସଏମଏସ ମାଧ୍ୟମରେ ମଧ୍ୟ ସୂଚନା ପାଇବେ।
Popular Categories



