www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ୍‍ ବର୍ଜନ

କଟକ: ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ଭୋଟର ମାନେ ନେତା ବାଛୁଛନ୍ତି । ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ମାନେ ଭୋଟ୍‍ ବର୍ଜନ କରିଥିବା ଖବର ସାମ୍ନାକୁ ଆସିଛି । କେଉଁଠି ମୌଳିକ ସୁବିଧାରୁ ବଞ୍ଚିତ ପାଇଁ ତ କେଉଁଠି ଅନ୍ୟ କିଛି କାରଣ ପାଇଁ ଭୋଟ୍‍ ବର୍ଜନ କରିଛନ୍ତି ଭୋଟର । କଟକ ଜିଲ୍ଳା କୁରାଙ୍ଗ ଶାସନ ୧୫ ନମ୍ବର ବୁଥରେ ଭୋଟର ମାନେ ଭୋଟ୍‍ ବର୍ଜନ କରିଛନ୍ତି । ଭୋଟରଙ୍କ ସୂଚନା ଅନୁସାରେ ପୋଲିସ କିଛି ବ୍ୟକ୍ତିଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସେଥିଲାଗି ଭୋଟ୍‍ ବର୍ଜନ କରିଛନ୍ତି ଭୋଟର । ଅନ୍ୟପଟେ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୨ ଗ୍ରାମବାସୀ ଭୋଟ୍‍ ବର୍ଜନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ଥିବାରୁ ଭୋଟ ବର୍ଜନ କରାଯାଇଛି । ତେନ୍ତୁଳିଖୁଣ୍ଟିର ବରଡ଼ାଯୋଡି ଓ ଲଦିପଦର ଗ୍ରାମବାସୀ ମାନେ ଭୋଟ୍‍ ଦେଇନଥିବା ଜଣାପଡ଼ିଛି । ବହୁଦିନରୁ ଗାଁକୁ ମୌଳିକ ସୁବିଧା ନାହିଁ । ଏନେଇ ସରକାରଙ୍କୁ ଅବଗତ କରାଯାଇଛି । ହେଲେ ଫଳ ସ୍ୱରୂପ କିଛି ସୁଫଳ ମିଳିନଥିବାରୁ ଏପରି ପଦକ୍ଷେପ ନେଇଥିବା ସେ କହିଛନ୍ତି ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories