www.samajalive.in
Friday, December 12, 2025
19.1 C
Bhubaneswar

ଇଲାଣ୍ଟ ମଲ୍‌ର ରେଷ୍ଟୁରାଣ୍ଟରୁ ଖାଇବା ପାଇଁ ମଗାଇଥିଲେ ଛୋଲେ ଭଟୁରେ ବାହାରିଲା ମଲା ଝିଟିପିଟି

ଚଣ୍ଡୀଗଡ- ଜଣେ ଡାକ୍ତର ଖୁସୀରେ ଖାଇବା ପାଇଁ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସାଙ୍ଗରେ ବି ପରିବାର ଲୋକ ଥିଲେ । ଚଣ୍ଡୀଗଡର ଇଲାଣ୍ଟ୍‌ ମଲ୍‌ରେ ଥିବା ସାଗର ରତ୍ନ ଆଉଟ୍‌ଲେଟରେ ସମସ୍ତେ ଖାଇବା ପାଇଁ ବସିଥିଲେ । ଖାଦ୍ୟ ବି ବରାଦ ହୋଇଥିଲା। ହେଲେ ଯେତେ ବେଳେ ଡାକ୍ତରଙ୍କ ପାଖକୁ ଖାଦ୍ୟ ପ୍ଲେଟ୍‌ ଆସିଲା ତାକୁ ଦେଖି ସେ ହଡବଡାଇ ଯାଇଥିଲେ । ପ୍ଲେଟରେ ଥିବା ଛୋଲେ ଭଟୁରରେ ଏକ ମଲା ଝିଟିପିଟି ଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ଚଣ୍ଡିଗଡର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରାତିରେ ସେହି ରେଷ୍ଟୁରାଣ୍ଟରୁ ଖାଦ୍ୟର ନମୁନା ସଂଗ୍ରହ କରାଯାଇଛି । ଡାକ୍ତର କୌଣସି ଲିଖିତ ଅଭିଯୋଗ କରି ନଥିଲେ ମଧ୍ୟ ପୁଲିସ୍‌ ଏବଂ ଅନ୍ୟ ଅଧିକାରୀ ପହଞ୍ଚି ସେଠାରୁ ଖାଦ୍ୟ ନମୁନା ସଂଗ୍ରହ କରିଥିଲେ ।

- Advertisement -

ଏବେ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଲାବୋଟେରୀକୁ ପଠାଯାଇଛି । ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଆସିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories