ଗୁଜୁରାତିର ବ୍ୟବହାର ଦେଇଥାଏ ଅନେକ ସମସ୍ୟାରୁ ମୁକ୍ତି
ଗୁଜୁରାତି ଆକାରରେ ଛୋଟ ହେଲେ ମଧ୍ୟ ଏହା ଔଷଧୀୟ ଗୁଣରେ ଭରପୁର ଅଟେ। ସଭିଁଙ୍କ ଘରେ ମିଳୁଥିବା ଏହି ଗୁଜୁରାତି ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିବା , ମିଜାଜ ଠିକ ହେବା ସହ ଖିରୀ, ହାଲୱା, ପଲୋଉ ଆଦି ଖାଦ୍ୟର ସ୍ୱାଦ ବଢାଇଥାଏ।
ଶରୀରରେ କୋଲେଷ୍ଟ୍ରୋଲର ସ୍ତର ନିୟନ୍ତ୍ରଣ କରିବା ସହ ପେଟ ଜନିତ ସମସ୍ୟା ଦୂର କରିଥାଏ।
ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।
ହୃଦୟ ଜନିତ ସମସ୍ୟା ଦୂର କରିଥାଏ।
ପାଟି ଦୁର୍ଗନ୍ଧ ଦୂର କରିଥାଏ।
ବହୁ ସମୟରେ ଏସିଡ଼ିଟି କାରଣରୁ ପେଟ ଫୁଲିବା ଭଳି ଲାଗିଥାଏ। ଗୁଜୁରାତି ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଗୁଜୁରାତି ଖାଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ।