ନୂଆଦିଲ୍ଲୀ : ଶିଶୁଙ୍କ ଉପରେ କରୋନା ଭୂତାଣୁର ପ୍ରଭାବ କମ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି। ତେବେ ଅନ୍ୟ ଶିଶୁଙ୍କୁ ତୁଳନାରେ ନବଜାତଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଏ କି ନାହିଁ ସେ ସମ୍ବନ୍ଧରେ କିଛି ସ୍ପଷ୍ଟ ପ୍ରମାଣ ଉପଲବ୍ଧ ହୋଇ ନାହିଁ ବୋଲି ୟୁନିଭର୍ସିଟି ଅଫ ମେରିଲାଣ୍ଡ ସ୍କୁଲ ଅଫ ମେଡିସିନର ଡାକ୍ତର କରେନ କାଟଲୋଫ ଦର୍ଶାଇଛନ୍ତି। ସେ କହିଛନ୍ତି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଶିଶୁଙ୍କ ଠାରେ ସଂକ୍ରମଣ ବିଶେଷ ବଢୁ ନାହିଁ ଯାହାକି ଅତି ଖୁସି ଖବର। ଯେଉଁ କେତେ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଠାରେ ସାମାନ୍ୟ ଧରଣର ଲକ୍ଷଣ ପ୍ରକାଶ ପାଉଛି। ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ କେବଳ ୧୦%ଙ୍କ ଠାରେ ସାଙ୍ଘାତିକ ଲକ୍ଷଣ ଦେଖାଯିବା ନେଇ ସେ ସମ୍ଭାବନା ବ୍ୟକ୍ତ କରିଛନ୍ତି। ଚୀନରେ ପ୍ରଥମ ପର୍ଯ୍ୟାୟରେ ୭୦,୦୦୦ ଲୋକ କୋଭିଡ-୧୯ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯ ବର୍ଷରୁ କମ ବୟସ୍କଙ୍କ ସଂଖ୍ୟା ମାତ୍ର ୨% ଥିଲା। ୧୯ ବର୍ଷ ବୟସର ଜଣେ ଯୁବକଙ୍କ ପ୍ରାଣହାନି ଘଟିଥିଲା। ବର୍ତ୍ତମାନ ସୁଦ୍ଧା ୯ ବର୍ଷରୁ କମ ବୟସ୍କ ଶିଶୁଙ୍କ ଜୀବନ ହାନି ହୋଇ ନ ଥିବା ଜଣାପଡିଛି।
Popular Categories



