ଭୁବନେଶ୍ୱର : ଗୁଜୁରାଟର ସୁରଟସ୍ଥିତ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡରେ ୨୨ ଛାତ୍ରଙ୍କ ମୃତ୍ୟୁ ପରେ ଓଡ଼ିଶାରେ ଏଭଳି ଅଘଟଣ ନ ଘଟିବା ପାଇଁ ସୋମବାର ଅଗ୍ନିଶମ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। କଟକ, ଭୁବନେଶ୍ୱରରେ ଥିବା କୋଚିଂ ସେଣ୍ଟର ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ପ୍ରାୟ ୨୨ଟି ଟିମ ଗଠନ କରାଯାଇଛି ବୋଲି ଅଗ୍ନିଶମ ଡ଼ିଜି ବି.କେ ଶର୍ମା କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲା ଗୁଡ଼ିକରେ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଯେଉଁ ଅନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବ, ସେଗୁଡ଼ିକୁ ବନ୍ଦ କରିବା ଲାଗି ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଗୁଜୁରାଟର ସୁରଟରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।


