www.samajalive.in
Saturday, December 6, 2025
19.1 C
Bhubaneswar

ଶିକ୍ଷଣ ଅଗ୍ରଗତିରେ ୯୧.୬୯ ପ୍ରତିଶତ ରଖି ସୁନ୍ଦରଗଡ଼ ଜିଲା ଆଗୁଆ

ସୁନ୍ଦରଗଡ଼: ତୃଣମୂଳସ୍ତରରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିଭାଗ ଓ ନୀତି ଆୟୋଗ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ଯୋଜନାମାନ ପ୍ରସ୍ତୁତ କରି ଆସୁଛନ୍ତି। ଏପରିକି ଏହି କାର୍ଯ୍ୟକ୍ରମ ଓ ଯୋଜନା ଗୁଡ଼ିକର ସଫଳ ରୂପାୟନ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ନିରନ୍ତର ସଂପର୍କ ରଖାଯାଇ ଏହାର ସମୀକ୍ଷା କରାଯାଉଛି। ଏହିକ୍ରମରେ ନୀତି ଆୟୋଗ ଦ୍ୱାରା ପରିଚାଳିତ “ସାଥ’ କାର୍ଯ୍ୟକ୍ରମ ଦ୍ୱାରା ନିର୍ଦ୍ଧାରିତ ୪୦ଟି ସୂଚକାଙ୍କ(ପାରାମିଟର)କୁ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ବିଭିନ୍ନ ବିଦ୍ୟାଳୟର ଭିତ୍ତିଭୂମି ସମେତ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପାସ ହାର ଓ ଦକ୍ଷତା, ବିଭିନ୍ନ ଯୋଜନାରେ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ଓ ଗ୍ରହଣୀୟତାକୁ ନେଇ ଏକ ମୂଲ୍ୟାଙ୍କନ ରାଜ୍ୟସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଗତ ଡ଼ିସେମ୍ବର ମାସରେ ରାଜ୍ୟର ୩୦ଟି ଜିଲା ଓ ୩୧୪ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ ସ୍ଥିତି, ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ବିଭିନ୍ନ ସରକାରୀ ନିର୍ଦ୍ଦେଶନାମାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲା ସମଗ୍ର ରାଜ୍ୟରେ ୯୧.୬୯ ପ୍ରତିଶତ ରଖି ସର୍ବାଗ୍ରେ ରହିଥିବା ବେଳେ ପଡ଼ୋଶୀ ଜିଲା ଝାରସୁଗୁଡ଼ା ୮୭.୧ ଓ ସମ୍ବଲପୁର ୮୩.୯୨ ପ୍ରତିଶତ ପାଇଥିବାର ଜଣାପଡ଼ିଛି। ସେହିପରି ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ସବଡ଼େଗା ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଥିବାର ଜଣାପଡ଼ିଛି। ଏହି ସଫଳତା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଓ ସବଡ଼େଗା ବ୍ଲକ ଶିକ୍ଷା ଅଧିକାରୀ ଅଜୟ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏ ଖବର ସୋସିଆଲ ମିଡ଼ିଆରେ ଜଣାପଡ଼ିବା ପରେ ଜିଲାର ଶିକ୍ଷକ, ସଚେତନ ନାଗରିକ, ଅଭିଭାବକଙ୍କ ମହଲରେ ମଧ୍ୟ ଆନନ୍ଦ ଖେଳିଯାଇଛି । ସୁନ୍ଦରଗଡ଼ ଜିଲା ପ୍ରାଥମିକ ଶିକ୍ଷକ ସଂଘର ସଭାନେତ୍ରୀ ମମତା କର, ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁଆର ଓ ଜିଲା ପରିଷଦ ଶିକ୍ଷକ ନେତା ହୋତେଶ୍ୱର ଶେଖର ଦେଓ ପ୍ରମୁଖ ଜିଲା ଶିକ୍ଷା ଅଧିକାରୀ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories