www.samajalive.in
Saturday, December 13, 2025
15.1 C
Bhubaneswar

ଅବକ୍ଷୟମୁଖୀ ଶୈଶବ

ଅର୍ଥ ଉପାର୍ଜନ ପାଇଁ ପିଲାଙ୍କ ଅଶ୍ଳୀଳ ଭାବଭଙ୍ଗୀର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିବା ଅବକ୍ଷୟମୁଖୀ ସଂସ୍କୃତିର ନିଦର୍ଶନ

କେତେକ ସାମାଜିକ ଗଣମାଧ୍ୟମ ଅନୈତିକତା ଓ ଅଶ୍ଳୀଳତା ପ୍ରସାର କରୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଉପରେ ସରକାରୀ ତନ୍ତ୍ରର ନିୟନ୍ତ୍ରଣ ନଥିବା ମନେ ହୁଏ। ପୃଥକ୍‌ ପୃଥକ୍‌ ବୟସର ଲୋକେ ଭିନ୍ନଭିନ୍ନ ଭିଡିଓ ଅପଲୋଡ କରୁଛନ୍ତି। ବୟସ୍କମାନେ ଛୋଟ ପୋଷାକ ପିନ୍ଧି ଏପରି ଅଶ୍ଳୀଳ ଭଙ୍ଗୀରେ ନୃତ୍ୟ କରୁଛନ୍ତି ଯାହା ଅନେକଙ୍କ ପାଇଁ ଗ୍ରହଣୀୟ ହୋଇପାରେ ନାହିଁ। ଏଥିରେ କେବଳ ବୟସ୍କ ବା ଯୁବବର୍ଗ ନୁହେଁ; ୮ ରୁ ୧୨ ବର୍ଷର ପିଲା ସାମିଲ ଥିବା ଦେଖିବାକୁ ମିଳୁଛି। ପିଲାଙ୍କ ଭିଡିଓକୁ ଅନ୍ୟ ନଜରରେ ଆମକୁ ଦେଖିବାକୁ ପଡ଼ିବ। ୧୦/୧୨ ବର୍ଷର ପିଲାଙ୍କୁ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ଦିଆଯାଏ ନାହିଁ। ତେବେ ସେମାନେ ଭିଡିଓ ସମ୍ପାଦନା କରି ଅପଲୋଡ କରୁଛନ୍ତି କେମିତି ? ସେମାନଙ୍କ ପିତାମାତା ଅଥବା କେହି ପରିଚିତ ବ୍ୟକ୍ତି ତାଙ୍କ ପାଇଁ ଏହି କାମ କରୁଛି ବୋଲି ବୁଝିବାକୁ ହେବ। ପିତାମାତା ହିଁ ସେମାନଙ୍କ ପିଲାଙ୍କୁ ଅଶ୍ଳୀଳ ବା ଉତ୍ତେଜକ ମୁଦ୍ରାରେ ନୃତ୍ୟ କରିବାକୁ ଅଥବା ଅଭିନୟ କରିବାକୁ ପ୍ରବର୍ତ୍ତାଉଛନ୍ତି। ଜାତୀୟ ଶିଶୁ ଶ୍ରମିକ ଆଇନର ଏହା ଖୋଲା ଉଲ୍ଲଙ୍ଘନ। ଅର୍ଥ କମାଇବା ପାଇଁ ଛୋଟଛୋଟ ପିଲାଙ୍କୁ ବିଭିନ୍ନ ଗତିବିଧିରେ ନିୟୋଜିତ କରି ସେମାନଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିବା ବେଆଇନ। ପିଲାମାନଙ୍କୁ ଗାଳି ଦେବା ଅଥବା ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ପାଇଁ କେହି ଜଣେ ଉସୁକାଉଥିବା ସଂକ୍ରାନ୍ତ ଏକାଧିକ ଭିଡିଓ ଦେଖିବାକୁ ମିଳୁଛି। କେତେକ ଭିଡିଓରେ କମ୍‌ ବୟସର ବାଳିକା ବୟସ୍କ ପୁରୁଷଙ୍କ ସହ ଅଶ୍ଳୀଳ ଭଙ୍ଗୀରେ ନାଚୁଥିବା ଦେଖିବାକୁ ମିଳୁଛି। ପରଦା ପଛପଟେ ବଲିଉଡ, ଭୋଜପୁରୀ ସମେତ କେତେକ ଉତ୍ତେଜକ ଗୀତ ବଜାଇ ବୟସ୍କ ବ୍ୟକ୍ତି କୁନିକୁନି ଝିଅଙ୍କ ସହ ନାଚୁଥିବା ଦେଖିବାକୁ ମିଳିଥାଏ। କମ୍‌ ବୟସରେ ବୟସ୍କଙ୍କ ପରି ବ୍ୟବହାର କରିବା ବା ଅଭିନୟ କଲେ ପିଲାମାନଙ୍କଠାରେ ହରମୋନ ସମସ୍ୟା ଦେଖାଦେଇଥାଏ।

- Advertisement -

ବେସରକାରୀ ଚ୍ୟାନେଲଗୁଡ଼ିକରେ ପିଲାଙ୍କ ଉପରେ ଆଧାରିତ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ଏଥିରେ ପିଲାଙ୍କ ସହ ଯୁବବର୍ଗ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି। ଅର୍ଥାତ୍‌ ୮ ବର୍ଷର ବାଳିକା ସହ ୨୨ ବର୍ଷର ପୁଅ ନାଚୁଥିବା ଆମେ ଦେଖୁଛନ୍ତି। ଅର୍ଥ ପାଇଁ ପିଲାଟି ବେଳୁ ସେମାନଙ୍କ ପିତାମାତା ନୃତ୍ୟ/ସଙ୍ଗୀତ କାର୍ଯ୍ୟରେ ଲଗାଇ ଦେଇଥା’ନ୍ତି। ଯେତେବେଳ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରସାରଣ ହୋଇ ଚାଲିଥିବ କୁନି ପ୍ରତିଯୋଗୀ ଜଣକ ସେ ପର୍ଯ୍ୟନ୍ତ ପ୍ରସିଦ୍ଧି ଲାଭ କରୁଥି​‌େ​‌ବ। କିଛି ଦିନ ପରେ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଏ। ଏହାକୁ ଆଉ କେହି ଦେଖନ୍ତି ନାହିଁ। ଫଳରେ ଉକ୍ତ କୁନି ପ୍ରତିଯୋଗୀଙ୍କ ପ୍ରସିଦ୍ଧି କିଛିଦିନ ପରେ ଶେଷ ହୋଇଯାଇଥାଏ। ଯେତେବେଳେ କୌଣସି ଚ୍ୟାନେଲ ପଚାରନ୍ତି ନାହିଁ ସେତେବେଳେ ଉକ୍ତ ପିଲାଙ୍କ ଅଭିଭାବକମାନେ ସାମାଜିକ ଗଣମାଧ୍ୟମରେ ନିଜ ପିଲାଙ୍କ ନୃତ୍ୟର ଭିଡିଓ ଅପଲୋଡ଼ କରି ଅର୍ଥ ଉପାର୍ଜନ କରିଥା’ନ୍ତି। କମ୍‌ ବୟସରେ ବୟସ୍କଙ୍କ ପରି ନାଚୁଥିବା ବା ଅଭିନୟ କରୁଥିବା ପିଲାଙ୍କ ଭବିଷ୍ୟତ କ’ଣ ହେବ ତାହା ସଭିଙ୍କୁ ଜଣା। ସବୁଠୁ ଦୁଃଖର ବିଷୟ; ପିଲାଙ୍କ ପ୍ରତି ଏପରି କ୍ରୂରତା ସେମାନଙ୍କ ପିତାମାତା ଅଥବା ପରିବାର ସଦସ୍ୟ କରୁଛନ୍ତି। ନିକଟରେ ଦିଲ୍ଲୀର ଜଣେ ମହିଳାଙ୍କ ବିରୋଧରେ ମାମଲା ଦାୟର କରିବାକୁ ମହିଳା ଆୟୋଗ ସେଠାକାର ପୁଲିସ୍‌କୁ ନିର୍ଦେଶ ଦେଇଥିଲେ। ଏହି ମହିଳା ଜଣକ ନିଜର ୧୦/୧୨ ବର୍ଷର ପୁଅ ସହ ଅଶ୍ଳୀଳ ଭାବଭଙ୍ଗୀ​‌େ​‌ର ନୃତ୍ୟ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଥିଲେ। ଏହା ନାବାଳକକୁ ଯୌନ ଉତ୍‌ପୀଡନ ଦେବା ଶ୍ରେଣୀର ବୋଲି ଆୟୋଗ ଦର୍ଶାଇଥିଲେ। ଏହି ଭିଡିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଆୟୋଗଙ୍କ ନଜରକୁ ଏହି ଘଟଣା ଆସିଲାବେଳକୁ ଉକ୍ତ ଭିଡିଓକୁ ୩ ଲକ୍ଷ ୬୦ ହଜାର ଇଣ୍ଟରନେଟ ବ୍ୟବହାରକାରୀ ଦେଖି ସାରିଥିଲେ। ଅନୁମାନ କରନ୍ତୁ; ଉକ୍ତ ପିଲାଟିର ଚିତ୍ର ଚରିତ୍ରକୁ ଅଜ୍ଞାତ ବ୍ୟକ୍ତିମାନେ ଦେଖି କେତେ ଅାନନ୍ଦିତ ହୋଇଥିବେ।

ପିଲାଙ୍କ ନାଚ କିମ୍ବା ଗୀତକୁ ଆମେ ଏଠାରେ ବିରୋଧ କରୁନାହୁଁ। କମ୍‌ ବୟସର ପିଲା ଗୀତା କଣ୍ଠସ୍ଥ କରିଥିବା, କୁନି ଝିଅଟିଏ ଓଡ଼ିଶୀ ନୃତ୍ୟ କରୁଥିବା ଅଥବା ଆଉ କେହି ପିଲା ସୁନ୍ଦର ଚିତ୍ରାଙ୍କନ କରୁଥିବା ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳେ। ଅନେକ ପିତାମାତା ଇଣ୍ଟରନେଟର ସଦୁପଯୋଗ କରି ସେମାନଙ୍କ ପିଲାଙ୍କୁ ବିଭିନ୍ନ ଦେଶର ଭାଷା, ରାଜଧାନୀ, ମୁଦ୍ରାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାଧାରଣ ଜ୍ଞାନ ଶିଖାଉଛନ୍ତି। ଆଉ କେତେକ ପିତାମାତା ଏହି ସାମାଜିକ ଗଣମାଧ୍ୟମ ଦ୍ବାରା ନିଜ ପିଲାକୁ ମାର୍ଶାଲ ଆର୍ଟ, ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଦେଉଛନ୍ତି। ଏଣୁ ସାମାଜିକ ଗଣମାଧ୍ୟମ ଉପରେ ଦୋଷ ଲଦିବା ଠିକ୍‌ ହେବନି ା ଯେଉଁ କେତେ ଜଣ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରୁଛନ୍ତି ସେମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌। ଅର୍ଥ ନିଶାରେ ନିଜ ପିଲାର ଅଶ୍ଳୀଳ ଭଙ୍ଗୀର ନୃତ୍ୟାଭିନୟ ସାମାଜିକ ଗଣମାଧ୍ୟମରେ କେତେକ ପିତାମାତା ଅପଲୋଡ କରୁଛନ୍ତି। କାର୍ବାଇଟ୍‌ ଦେଇ କଞ୍ଚା କଦଳୀକୁ ପଚାଇଲେ ଯେପରି ସ୍ବାଦ ରହେନି ସେହିପରି ଶୈଶବ ଅବସ୍ଥାରେ ବୟସ୍କର ନୃତ୍ୟାଭିନୟ ପାଇଁ ବାଧ୍ୟକଲେ ପିଲାଟି କୁପଥଗାମୀ ହୋଇଥାଏ। ଏହା କୌଣସି ସରକାର ଅଥବା ପ୍ରଶାସନର କର୍ତ୍ତବ୍ୟ ନୁହେଁ। କୋମଳମତି ଶିଶୁଙ୍କୁ କିପରି ଗଢିବା ଓ କେଉଁ ଶିଷ୍ଟାଚାର ଶିଖାଇବା ତାହା ଆମ ଦାୟିତ୍ବ। ଶୈଶବ ଉପରେ ଦୋଷ ନଲଦି ପ୍ରଥମେ ଆମକୁ ଠିକ୍‌ ହେବାକୁ ପଡ଼ିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories