www.samajalive.in
Monday, December 8, 2025
13.1 C
Bhubaneswar

ସଂଶୋଧନ କାହିଁକି?

ଏନଡିଏ ସରକାରଙ୍କ ନାଗରିକତା (ସଂଶୋଧନ) ବିଧେୟକଟିକୁ ଯୁଗ୍ମ ସଂସଦୀୟ କମିଟି ସବୁଜ ସଙ୍କେତ ଦେବାପରେ ଭାରତର ନାଗରିକତା ନେଇ କେତେକ ପ୍ରଶ୍ନ ଉଙ୍କିମାରୁଛି; କାରଣ ଭାରତୀୟ ନାଗରିକତା ପାଇବା ପାଇଁ ଏକ ଧାର୍ମିକ ବ୍ୟବସ୍ଥା ସଂଯୋଜନା କରି ଏହାକୁ ସଂଶୋଧିତ କରିବାର ଉଦ୍ୟମ କରାଯାଇଛି। କହିବା ବାହୁଲ୍ୟ ଯେ ଏହା ସମ୍ବିଧାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟବିରୋଧୀ। ଏହି ପରିବର୍ତ୍ତନର ଦୂରଗାମୀ ପ୍ରଭାବ ପଡ଼ିପାରେ, ବିଶେଷକରି ଆସାମ ଭଳି ରାଜ୍ୟରେ ଯେଉଁଠି ନାଗରିକତା ସର୍ବଦା ଏକ ବିବାଦୀୟ ବିଷୟ। ଚିନ୍ତାର ବିଷୟ ହେଲା, ସଂଶୋଧିତ ଆଇନଟି ଲାଗୁହେଲେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ଶୀ, ଖ୍ରୀଷ୍ଟିଆନ ଆଦି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଏବେ ଖୁବ୍ ସହଜରେ ଭାରତୀୟ ନାଗରିକତା ପାଇବେ। ବର୍ତ୍ତମାନ ଅନ୍ତତଃ ୧୨ ବର୍ଷ ଭାରତରେ ରହିବାର ସମୟସୀମା ବାଧ୍ୟତାମୂଳକ ହୋଇଥିବାବେଳେ ଏହାକୁ କମାଇ ଏଥିରେ ୬ ବର୍ଷ କରାଯାଇଛି। ଏପରିକି ସେମାନଙ୍କ ପାଖରେ ଆବଶ୍ୟକ ଦସ୍ତାବିଜ୍ ନଥିଲେ ମଧ୍ୟ ନାଗରିକତା ପାଇବାରେ ସମସ୍ୟା ରହିବ ନାହିଁ। ଆସାମରେ ଜାତୀୟ ନାଗରିକତା ପଞ୍ଜିକାରୁ ପ୍ରାୟ ୩୦ ଲକ୍ଷ ଲୋକଙ୍କ ନାଁ କଟିଯିବା ଆଶଙ୍କା ରହିଥିବା ଜଣାପଡ଼ିବା ପରେ ସରକାରଙ୍କ ଦ୍ବାରା ଏପରି ନାଗରିକତା ଆଇନରେ ସଂଶୋଧନ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କୁହାଯାଉଛି ଯେ ହିନ୍ଦୁଙ୍କୁ ନାଗରିକତା ଦେବାପାଇଁ ଯେଭଳି ସହଜ ହେବ, ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହା ବିଚାରଣୀୟ। ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ଆଦି ରାଜ୍ୟଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଭଲ ଧାରଣା ନଥିବାବେଳେ ଏହି ଆଇନ ସଂଶୋଧନର ଯଥାର୍ଥତା ନେଇ ଭ୍ରୂକୁଞ୍ଚନ ସୃଷ୍ଟି ହୋଇପାରେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories