www.samajalive.in
Monday, December 8, 2025
27.1 C
Bhubaneswar

ମନ୍ତ୍ରୀଙ୍କ ‘ମାଲ୍ୟାଜୀ’

ମୋଦୀ ସରକାରଙ୍କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ବିଦେଶ ପଳାୟନକାରୀ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସପକ୍ଷରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ନିନ୍ଦନୀୟ। ସେ କହିଛନ୍ତି ଯେ ଋଣ ପରିଶୋଧ କରିନଥିବାରୁ ‘ବିଜୟ ମାଲ୍ୟାଜୀ’ଙ୍କୁ ଚୋର କହିବା ଅନୁଚିତ। ଶ୍ରୀ ଗଡ଼କରୀ ମାଲ୍ୟାଙ୍କ ସପକ୍ଷରେ କାହିଁକି ଓକିଲାତି କରୁଛନ୍ତି, ତାହା ବୁଝାପଡ଼ୁନାହିଁ। ବିଶେଷତଃ, ନିକଟରେ ହିଁ ଲଣ୍ଡନର ଏକ ଅଦାଲତ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଆଦେଶ ଦେଇଛନ୍ତି। ଏହାଦ୍ବାରା ସରକାରଙ୍କ ବିଦେଶ ପଳାୟନକାରୀ ବ୍ୟବସାୟୀଙ୍କୁ ଭାରତ ଫେରାଇ ଆଣିବାର ପ୍ରୟାସରେ ଏକ ବଡ଼ ସଫଳତା ମିଳିଛି ବୋଲି କୁହାଯାଉଛି; ଅଥଚ ମୋଦୀ ସରକାରଙ୍କ ମନ୍ତ୍ରୀ ତାଙ୍କ ସପକ୍ଷରେ ଓକିଲାତି କରୁଛନ୍ତି। ଏହା ଶାସକ ଦଳ ବିଜେପିକୁ ବି ଅଡ଼ୁଆରେ ପକାଇବା ସ୍ବାଭାବିକ। ବିବାଦ ହେବାପରେ ମନ୍ତ୍ରୀ ସଫେଇ ଦେଇ କହିଛନ୍ତି ଯେ ବାଣିଜ୍ୟ ଚକ୍ର ମାନ୍ଦାବସ୍ଥା ଓ ବିତ୍ତୀୟ ଠକାମି ଭିତରେ ପାର୍ଥକ୍ୟ ରହିଛି। ମାନ୍ଦାବସ୍ଥାବେଳେ ନିଯୁକ୍ତି ସୁରକ୍ଷା ସମ୍ପର୍କରେ ମୁଁ ବୟାନ ଦେଇଥିଲି। ତେବେ ମନ୍ତ୍ରୀଙ୍କ ଏ ସଫେଇ ଆଦୌ ଯଥେଷ୍ଟ ନୁହେଁ; କାରଣ ସେ ସ୍ପଷ୍ଟ ଭାବେ କହିଥିଲେ ଯେ ବିଜୟ ମାଲ୍ୟାଙ୍କୁ କ୍ଷମା କରିଦିଆଯାଉ ଓ ତାଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯାଉ। ଯାହାଙ୍କ ନାମରେ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ ଓ ମନିଲଣ୍ଡରିଂ ଅଭିଯୋଗ ରହିଛି, ତାଙ୍କପ୍ରତି ମନ୍ତ୍ରୀଙ୍କ ଏ ସହାନୁଭୂତି ବାସ୍ତବିକ ତାଙ୍କ ନିଜର ନୈତିକତା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ଇତିମଧ୍ୟରେ ସିବିଆଇ, ଇଡି ସମେତ ବିଭିନ୍ନ ସରକାରୀ ସଂସ୍ଥା କେବଳ ମାଲ୍ୟାଙ୍କ ଋଣ ଖିଲାପ ନୁହେଁ, ଆର୍ଥିକ ଅନିୟମିତତା ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି। ଏପରି ସ୍ଥଳେ ମନ୍ତ୍ରୀଙ୍କ ପରାମର୍ଶ ଆଦୌ ଗ୍ରହଣୀୟ ନୁହେଁ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories