ଜୟପାଟଣା ରେଞ୍ଜ ଅଫିସରେ ଇଡି ଚଢାଉ

ଭବାନୀପାଟଣା: କଳାହାଣ୍ଡି ଜିଲା ଜୟପାଟଣା ଜଙ୍ଗଲ ବିଭାଗ ରେଞ୍ଜ ଅଫିସରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଚଢାଉ କରିଛି। ଏହି ରେଞ୍ଜର ଫରେଷ୍ଟ ଗାର୍ଡ ଅଶୋକ ସାହୁ କ୍ଷତିପୂରଣ ବନୀକରଣ ବା ସିଏଲଏଣ୍ଡ ଯୋଜନାରେ ଅନେକ ଜାଲିଆତି କରିଥିବା ଅଭିଯୋଗରେ ଚଢାଉ ହେଉଥିବା ଜଣାପଡ଼ିଛି। ଏହି ରେଞ୍ଜ ଅନ୍ତର୍ଗତ ବେଣାଖମାର ଫରେଷ୍ଟ ଗାର୍ଡ ଥିବାବେଳେ ଶ୍ରୀ ସାହୁ କାମ୍ଫା, ଏବଂ ସିଏଲ୍ଏଣ୍ଡ କାମରେ ବ୍ୟାପକ ହେରାଫେରି କରିବା ଅଭିଯୋଗରେ ନିଲମ୍ବିତ ହେଇଛନ୍ତି। ହେରାଫେରିର ପରିମାଣ ପ୍ରାୟ ୩ କୋଟିରୁ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ୨୦୨୩-୨୪ ମସିହାରେ ସିଏଲଏଣ୍ଡ ବା କ୍ଷତିପୂରଣ ବନୀକରଣ ଅନୁଦାନରେ ଚାରା ରୋପଣ କିମ୍ବା ଆନୁଷଙ୍ଗିକ କାର୍ଯ୍ୟ ହେଉନଥିବା ଅଭିଯୋଗ ହେଇଥିଲା। ଏହି ଘଟଣାରେ କିଛି ଉପରିସ୍ଥ ଅଧିକାରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି। ଦୁଇଟି ଇନୋଭାରେ ଆସିଥିବା ଇଡି ଟିମ୍ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨.୩୦ରେ ପହଞ୍ଚି ରେଞ୍ଜ ଅଫିସରେ ଚଢାଉ କରିଛନ୍ତି। ଅଫିସକୁ ସିଆରପିଏଫ ଯବାନ ଘେରି ରହିଥିବାରୁ ଭିତରକୁ କେହି ଯାଇପାରୁ ନାହାନ୍ତି।

Comments are closed.