www.samajalive.in
Saturday, December 13, 2025
21.1 C
Bhubaneswar

ପାକିସ୍ତାନ ଓ ଶ୍ରୀଲଙ୍କା ପରେ ବାଂଲାଦେଶରେ ଆର୍ଥିକ ମାନ୍ଦାବସ୍ଥା

ଢାକା : ଆଫଗାନିସ୍ତାନ, ପାକିସ୍ତାନ ଓ ଶ୍ରୀଲଙ୍କା ପରେ ପଡୋଶୀ ବାଂଲାଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ପାଇକରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନା ସଂସଦରେ ଦେଇଥିବା ମନ୍ତବ୍ୟ ସାଧାରଣରେ କୌତୂହଳ ସୃଷ୍ଟି କରିଛି। ହସିନା କହିଛନ୍ତି ଯେ ବାଇଗଣର ମୂଲ୍ୟ ବୃଦ୍ଧି ପାଇଥିବାରୁ ରମଜାନ ମାସରେ ବାଇଗଣରୁ ପ୍ରସ୍ତୁତ କରାଯାଉଥିବା ସ୍ନାକ୍ସ (ବାଇଗିଣି ବା ବାଇଗଣ ଚପ୍‌) ପରିବର୍ତ୍ତେ ଅନ୍ୟ ପରିବାକୁ ବ୍ୟବହାର କରାଯାଇପାରିବ। ବାଇଗଣ ବଦଳରେ କଖାରୁକୁ ବ୍ୟବହାର କରି ଅନୁରୂପ ସ୍ନାକ୍ସ (କଖାରୁ ଚପ୍‌) ପ୍ରସ୍ତୁତ କରି ଖାଇବାକୁ ହସିନା ପରାମର୍ଶ ଦେଇଛନ୍ତି। ବାଇଗଣରୁ ପ୍ରସ୍ତୁତ ହେଉଥିବା ବାଇଗିଣି ବାଂଲାଦେଶର ଏକ ଅତି ପରିଚିତ ସ୍ନାକ୍ସ। ରମଜାନ ମାସ ଚାଲିଥିବାରୁ ବାଇଗଣର ମୂଲ୍ୟ କିଲୋ ପ୍ରତି ୧୧୦ ଟଙ୍କା ହୋଇଛି। ସାଧାରଣ ଲୋକ ଏହାକୁ କିଣି ପାରୁ ନାହାନ୍ତି। କରୋନା ମହାମାରୀ ଓ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶରେ ଆତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଥିବା ହସିନା କହିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories