www.samajalive.in
Saturday, December 6, 2025
19.1 C
Bhubaneswar

୨୦୨୧ରେ ଭାରତର ଆର୍ଥିକ ଉତ୍ପାଦନ ୨୦୧୯ ଠାରୁ କମ୍‍ ରହିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ଅର୍ଥନୈତିକ ଉତ୍ପାଦନ ୨୦୧୯ ତୁଳନାରେ ନିମ୍ନରେ ରହିବ। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳ ପାଇଁ ଥିବା ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ କମିଶନ (ଏସ୍‍କାପ)ର ବାର୍ଷିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ସୂଚନାଯୋଗ୍ୟ ଯେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳର ପ୍ରଗତି ଉପରେ ଜାତିସଂଘ ପକ୍ଷରୁ ପ୍ରକାଶ ପାଉଥିବା ଏହା ସର୍ବପୁରାତନ ରିପୋର୍ଟ ଏବଂ ୧୯୪୭ ଠାରୁ ପ୍ରତିବର୍ଷ ପ୍ରକାଶ ପାଉଛି। ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏବଂ ଏହା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ କରୋନା ଭୂତାଣୁ ଜନିତ ମହାମାରୀ ସ୍ଥିତିକୁ ନେଇ ଚୀନ ସହିତ ଭାରତର ତୁଳନା କରାଯିବା ସହିତ ଭାରତର ଆର୍ଥିକ ଉତ୍ପାଦନ ସଂପର୍କରେ ଆକଳନ କରାଯାଇଛି।
ଋିପୋର୍ଟରେ କୁହାଯାଇଛି ଯେ ଭାରତର ଜିଡିପି ଅଭିବୃଦ୍ଧି ଓ ପୁଞ୍ଜିନିବେଶ ନିୟନ୍ତ୍ରଣ ମଧ୍ୟରେ ରହିଥିବାବେଳେ ମହାମାରୀ ବ୍ୟାପିଥିଲା, ଯେଉଁଥିପାଇଁ ଦେଶବ୍ୟାପୀ କଡାକଡି ଲକ୍‍ଡାଉନ ଜାରି କରିବାକୁ ପଡିଲା। ସେହି କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ ବ୍ୟାହତ ହେବା ଆରମ୍ଭ ହୋଇଥିଲା ଏବଂ ୨୦୨୦ ଦ୍ୱିତୀୟ ତ୍ରୟମାସିକରେ ତାହା ଅଧିକ ବ୍ୟାପକ ହେଲା। ତୃତୀୟ ତ୍ରୟମାସିକରେ ଭାରତୀୟ ଅର୍ଥନୀତିର ବେଶ୍‍ ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନ ହୋଇଥିଲା ଏବଂ ଚତୁର୍ଥ ତିନିମାସରେ ତାହା ସୁଧୁରିଥିଲେ ମଧ୍ୟ ପୂର୍ବ ବର୍ଷ ସେହି ସମୟ ତୁଳନାରେ ଅଭିବୃଦ୍ଧି ହାର ଶୂନ୍ୟ ପାଖାପାଖି ରହିଥିବା ରେକର୍ଡ କରାଯାଇଛି। ଟିକାକରଣ ଆରମ୍ଭ ହେବାପରେ କୋଭିଡ ସଂକ୍ରମଣ ସ୍ଥିତି ବେଶ୍‍ ସୁଧୁରିବା ଆଶା କରାଯାଉଥିବାବେଳେ ଚଳିତ ବର୍ଷ ଦେଶର ଆର୍ଥିକ ଉତ୍ପାଦନ କିନ୍ତୁ ୨୦୧୯ ତୁଳନାରେ ନିମ୍ନ ସ୍ଥାନରେ ରହିବା ଆଶା କରାଯାଉଛି ବୋଲି ସର୍ଭେରେ କୁହାଯାଇଛି। ଅନ୍ୟପକ୍ଷରେ ଚୀନ କୋଭିଡ ପରିସ୍ଥିତିର ସଫଳତାର ସହିତ ମୁକାବିଲା କରିଛି ଏବଂ ୨୦୨୦ ଚତୁର୍ଥ ତିନିମାସରେ ଏହାର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୫% ହୋଇଛି, ଯାହା ମହାମାରୀ ପୂର୍ବ ଅଭିବୃଦ୍ଧିକୁ ମଧ୍ୟ ଟପିଯାଇଥିବା ଏବଂ୨୦୨୧ରେ ଏହା ଅଧିକ ଉନ୍ନତି କରିବା ନେଇ ସର୍ଭେରେ କୁହାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories