ଆସାମ : ଆସାମରେ ପୁଣି ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ସୋମବାର ଖବର ମିଳିଛି। ନଗାଓଁରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୦ ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ପ୍ରଥମେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ଏନସିଏସ ଅନୁଯାୟୀ ଏଥିରେ କୌଣସି ପ୍ରକାର ଧନଜୀବନ ହାନୀ ହୋଇ ନାହିଁ। ଆସାମରେ ଏକ ସପ୍ତାହ ପୂର୍ବରୁ ଲଗାତାର ଭୂକମ୍ପ ଝଟକା ଅନୁଭବ ହେଉଛି।



