ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ସକାଳ ୮ଟା୫୦ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ଓ ନିକୋବରର ଡିଗଲୀପୁର ଠାରୁ ୧୩୭ କିମି ଉତ୍ତର ଦିଗରେ ବୋଲି ଜଣାପଡିଛି। ଏନସିଏସ ସୂଚନା ମୁତାବକ କମ ତିବ୍ରତା କାରଣରୁ କୌଣସି କ୍ଷତି ଘଟିନାହିଁ।



