www.samajalive.in
Tuesday, November 18, 2025
16.1 C
Bhubaneswar

ସର୍ବାଧିକ ‘ପ୍ରିଫରେନ୍ସ ଅଫ ଚଏସ’ ସୀମା ନାହିଁ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୨-୨୩ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଗତ ୨୦ ତାରିଖରୁ ଆରମ୍ଭ ହୋଇଛି। ଚଳିତ ଶିକ୍ଷାବର୍ଷରେ ଇ-ନାମଲେଖାରେ କିଛିଟା ପରିବର୍ତ୍ତନ କରାଯାଇଛି। ଆବେଦନକାରୀଙ୍କୁ ସେମାନଙ୍କର କମନ ଆପ୍ଲିକେସନ ଫର୍ମରେ ସର୍ବନିମ୍ନ ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରିଫରେନ୍ସ ଅଫ୍ ଚଏସ ଭାବେ ବାଛିବାକୁ ପଡ଼ିବ। ତେବେ ସର୍ବାଧିକ ପ୍ରିଫରେନ୍ସ ଅଫ୍ ଚଏସ ପୂର୍ବରୁ ୧୦ଟି ଥିବାବେଳେ ଏଥର କୌଣସି ସୀମା ରଖାଯାଇନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆର ଆୟାର ସୂଚନା ଦେଇଛନ୍ତି।
୨୦୨୨-୨୩ ଇ-ନାମଲେଖା ଉପରେ ସୂଚନା ଦେଇ ଶ୍ରୀ ଆୟାର କହିଛନ୍ତି, ନାମଲେଖା ସଂକ୍ରାନ୍ତ ସୂଚନା ସହଜରେ ଆବେଦନକାରୀଙ୍କୁ ଜଣାଇବା ନିମନ୍ତେ ହ୍ବାଟ୍ସଅପ୍ ନମ୍ବର ନିଆଯାଉଛି। ସେହିପରି କମନ ଆପ୍ଲିକେସନ ଫର୍ମରେ ଯୁନିକ୍ ଷ୍ଟୁଡେଣ୍ଟ ଆଇଡି ବ୍ୟବସ୍ଥା ରଖାଯାଇଛି। ଅଗଷ୍ଟ ୧୦ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ। ଅଗଷ୍ଟ ୧୭ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୯ରୁ ୨୫ ତାରିଖ ମଧ୍ୟରେ ହେବ। ସେପ୍ଟେମ୍ବର ୨ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଓ ୧୩ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଗତଥର ସିଟ୍ କ୍ଷମତା ଯାହା ଥିଲା, ତାହା ଅପରିବର୍ତ୍ତିତ ରହିବ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories