ଦ୍ୱାରଶୁଣି : ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଦ୍ୱାରଶୁଣୀ ଘାଟିରେ ଆଜି ଦିନ ଦ୍ୱିପ୍ରହର ସମୟରେ ବାଇକରେ ୩ଜଣ ଆସି ସ୍ୱାମୀସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି। ପ୍ରକାଶ ଥାଉକି ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ ଅନୁଯାଇ ପଶ୍ଚିମବଙ୍ଗ ରାଜ୍ୟ ମେଦିନିପୁର ଅଞ୍ଚଳର ଆବାସ ହୁସେନ ଓ ତାଙ୍କ ପତ୍ନୀ ବବିତା ସିଂ ବାଇକ ଯୋଗେ ବିଶୋଇ ଆଡୁ ବାରିପଦା ଅଭିମୁଖେ ଏକ ନମ୍ବର ବିହୀନ ପଲସର ଗାଡ଼ିରେ ଯାଉଥିଲେ। ଏହି ସମୟରେ ଘାଟି ମଧ୍ୟ ଭାଗରେ ତିନି ଜଣ ବ୍ୟକ୍ତି ତାଙ୍କ ପିଛା କରୁଥିବା ଜାଣିପାରି ଘାଟିର ଏକ ରାସ୍ତା ପାର୍ଶ୍ବରେ ଠିଆ ହୋଇଯାଇଥିଲେ। ସେହି ସମୟରେ ସେ ତିନିଜଣ ହିରୋ ସ୍ପେଣ୍ଡର ଗାଡ଼ିରେ ଆସିଥିଲେ। ତିନିଜଣ ଦୁବୃତ୍ତ ତିନଟି ବନ୍ଧୁକ ବାହାର କରି ଉଭୟଙ୍କୁ ଦେଖାଇ ଭୟଭୀତ କରାଇଥିଲେ । ବବିତାଙ୍କ ନିକଟରୁ ୧୫ହଜାର ଟଙ୍କା ଲୁଟିନେଇ ଦୃତଗତିରେ ବିଶୋଇ ଆଡ଼କୁ ପଳାଇଥିଲେ। ବାଙ୍ଗିରିପୋଷି ପୁଲିସ ଘଟଣା ବିଷୟରେ ଖବର ପାଇ ବିଭିନ୍ନ ଥାନାକୁ ଅବଗତ କରାଇବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଖବର ଲେଖାଯିବା ପର୍ୟ୍ୟନ୍ତ ଦୁର୍ବୃତ୍ତ ମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
Popular Categories



