www.samajalive.in
Thursday, December 11, 2025
15.1 C
Bhubaneswar

ପିତାଙ୍କୁ ମୁଖାଗ୍ନି ଦେବାକୁ ଯାଇ ପାରିଲେନି ଅଧିକାରୀ

ନୂଆଦିଲ୍ଲୀ : ବଜେଟ-୨୦୨୦ ପ୍ରସ୍ତୁତି ସମୟରେ ଏପରି ଏକ ଘଟଣା ଘଟିଛି ଯାହାକି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବଜେଟ କାଗଜପତ୍ର ଛପା କାର୍ଯ୍ୟରେ ନିୟୋଜିତ ଅର୍ଥ ବିଭାଗର ଜଣେ ଅଧିକାରୀଙ୍କ ପିତା ପରଲୋକ ଗମନ କରିଛନ୍ତି। କାମ ଛାଡ଼ି ସେ ପିତାଙ୍କ ଶବ ସତ୍କାର କରିବାକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଛାପାଖାନାର ଉପ ପ୍ରବନ୍ଧକ କୁଳଦୀପ କୁମାର ଶର୍ମା ନାମକ ଏହି ଅଧିକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଜାନୁଆରୀ ୨୬ ତାରିଖରେ ତାଙ୍କ ପିତୃ ବିୟୋଗ ଘଟିଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତର ଅର୍ଥ ମନ୍ତ୍ରଣାଳୟ ଟୁଇଟ୍‌ କରିବା ପରେ ଘଟଣା ସଂକ୍ରାନ୍ତରେ ଜଣାପଡ଼ିଥିଲା। ସାଧାରଣତଃ ଲୋକସଭାରେ ବଜେଟ ଆଗତ ନହେବା ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ଘରକୁ ଛଡ଼ାଯାଇ ନଥାଏ। ବଜେଟ ପ୍ରସ୍ତୁତିରେ ସମ୍ପୃକ୍ତ ସମସ୍ତ କର୍ମଚାରୀ ଉକ୍ତ ଛାପାଖାନାରେ ରହିଥା’ନ୍ତି। ଏମାନଙ୍କ ପାଇଁ ବିଶେଷକରି ହାଲୱା ଓ ମିଠାଇ ପ୍ରସ୍ତୁତ କରାଯାଇଥାଏ। ବଜେଟ ପ୍ରସ୍ତୁତିତର ଶେଷ ପର୍ଯ୍ୟାୟରେ ପାରମ୍ପରିକ ‘ହାଲୱା ମହୋତ୍ସବ’ ଅନୁଷ୍ଠିତ ହୋଇଥାଏ। ବଜେଟ ସଂକ୍ରାନ୍ତ କାଗଜପତ୍ର ଯେଉଁସ୍ଥାନରେ (ନର୍ଥ ବ୍ଲକ) ଛପା ହେଉଥାଏ ସେହିଠାରେ ହିଁ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ କର୍ମଚାରୀମାନଙ୍କୁ ଏହି ଖାଦ୍ୟ ପରଷିବାର ପରମ୍ପରା ରହିଛି। ବଜେଟ କାଗଜପତ୍ର ଅତି ଗୋପନୀୟତାର ସହ ଛପା ଯାଇଥାଏ। ଏପରିକି କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀଙ୍କୁ ସେଠାକୁ ଯିବା ପାଇଁ ଅନୁମତି ଦିଆଯାଏ ନାହିଁ। ଆବଶ୍ୟକସ୍ଥଳେ ଉଚ୍ଚ ଅଧିକାରୀଙ୍କ ଅନୁମତି ନେଇ ଅର୍ଥମନ୍ତ୍ରୀ ସେଠାକୁ ଯାଇପାରନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories