ଚେନ୍ନଇ : ଚେନ୍ନଇରେ ଖେଳାଯାଉଥିବା ନ୍ୟାସନାଲ ଓପନ ଆଥଲେଟିକ ଚମ୍ପିଆନସିପରେ ରବିବାର ୨୦୦ମିଟର ଦୌଡ଼ରେ ଓଡ଼ିଶାର ଦୌଡ଼ ରାଣୀ ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୩.୧୭ସେକେଣ୍ଡରେ ସେ ୨୦୦ମିଟର ଦୂରତା ଅତିକ୍ରମ କରି ଏହି ସ୍ବର୍ଣ୍ଣ ପଦକ ଜିତିଥିବା ଜଣାପଡିଛି।
ଏହାକୁ ମିଶାଇ ଏହି ଚମ୍ପିଆନସିପରେ ଦୂତି ୨ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ୧୦୦ମିଟର ଦୌଡରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ।



