www.samajalive.in
Friday, December 12, 2025
23.1 C
Bhubaneswar

କୁମାରପୁର ଶାସନରେ ଶାରଦୀୟ ଦୂର୍ଗାପୂଜା ଅନୁଷ୍ଠିତ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁର ଶାସନରେ ଶାରଦୀୟ ଦୂର୍ଗାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଶିକ୍ଷକ ନେତା ପ୍ରତାପ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଓଡିଶାର ସଂସ୍କୃତିରେ ଆମ ଗାଁର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ରାଜ୍ୟ ସରକାର ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁମାରପୁର ଶାସନର ଭୂମିକା ସଂପର୍କରେ ଆଲୋକପାତ କରି ଏହି ମାଟିର ମହକ ସାଧୁଚରଣ ଦାସ ପ୍ରାୟ ୩ଶହ ବର୍ଷପୂର୍ବେ ହାତ ଲେଖା ଖବରକାଗଜ ପ୍ରତିଷ୍ଠା କରି ଗାଁର ଭୂମିକାକୁ ଗୌରବଜ୍ୱଳ କରିଥିଲେ। ଇଂ ପ୍ରଭାତ କୁମାର ମହାପାତ୍ର, କବି ପ୍ରଫୁଲ କୁମାର ମହାପାତ୍ର, ବିଧାୟକ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ପ୍ରବୀଣ କୁମାର ମହାପାତ୍ର, ସରପଞ୍ଚ ଦୀପକ ଆଚାର୍ଯ୍ୟ, ପଣ୍ଡିତ ବ୍ରଜବନ୍ଧୁ ମିଶ୍ର, ପଣ୍ଡିତ ବିଧୁଭୂଷଣ ଆଚାର୍ଯ୍ୟ, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ପ୍ରମୁଖ ଗାଁର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ଗାଁ ସଂପାଦକ ଆଶିଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories