www.samajalive.in
Wednesday, December 10, 2025
14.1 C
Bhubaneswar

ହୋମଗାର୍ଡଙ୍କ ପାଖରୁ ଡାକ୍ତର ସିଲ୍ ଜବତ, ୩ ଜଣଙ୍କୁ ଜେଲ୍

ଭବାନୀପାଟଣା : ବିଭିନ୍ନ ଜାଲ ମୋହର ମାଧ୍ୟମରେ ଲୋକଙ୍କୁ ଭୁଆଁ ବୁଲାଉଥିବା କରିତକର୍ମା ହୋମ ଗାର୍ଡ ସୁଶାନ୍ତ ବିଶ୍ଵାଳଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ସ୍ଥାନୀୟ ପୋଲିସ ଡାକ୍ତରଖାନାର ଡାକ୍ତରଙ୍କ ମୋହର, ବୋର୍ଡା ଡାକ୍ତରଖାନା ମୋହର, ସ୍ଥାନୀୟ ନଗରପାଳିକା ମୋହର, ବିଭିନ୍ନ ସରପଞ୍ଚ ଏବଂ ଆରଆଇଙ୍କ ମୋହର ପୁଲିସ ଜବତ କରିଛି। ଏଥିସହିତ ପୂରଣ ହେଇନଥିବା କିଛି ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ପୁଲିସ । କରିତକର୍ମା ହୋମଗାର୍ଡଙ୍କ ସହିତ ତାଙ୍କୁ ଏହି ଜାଲିଆତି କାର୍ଯ୍ୟରେ ସହଯୋଗ କରୁଥିବା ସଦର ବ୍ଲକ ମାଲପଡା ଗାଁର ସୁନିଲ କୁମାର ନାଏକ ଏବଂ ଅଧାମୁଣ୍ଡା ଗାଁର ବିଜୟ କୁମାର ସାହୁଙ୍କୁ ଗିରଫ କରି ପୋଲିସ କୋର୍ଟ  ଚାଲାଣ କରିଥିଲା।

ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୁନିଲ ବ୍ୟାଙ୍କ୍ କାମ ବୁଝୁଥିବା ବେଳେ ବିଜୟ ଆଧାର କାର୍ଡ କଥା ବୁଝୁଥିଲେ। ଉଭୟେ ପ୍ରଥମେ ଗ୍ରାହକ ଯୋଗାଡ କରି ଫସାଉଥିଲେ। ପରେ ସୁଶାନ୍ତ ମୂଲଚାଲ କରି ଟଙ୍କା ନେବା ପରେ ଲୋକଙ୍କ ଘରେ ନକଲି କାଗଜ ବିଜୟ ଏବଂ ସୁନିଲ ଦେଇ ଆସୁଥିଲେ। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି , ନକଲି କାଗଜାତ ବଳରେ  ଆଉ କେଉଁ କେଉଁ ଜାଲିଆତି କାର୍ଯ୍ୟ ହେଇଛି ସେନେଇ ତଦନ୍ତ ଜାରି ରହିଥିବା ଘଟଣାର  ତଦନ୍ତକାରୀ ଅଧିକାରୀ ସୌମ୍ୟ ରଂଜନ ପ୍ରଧାନ ” ସମାଜ ” କୁ କହିଛନ୍ତି। ତେବେ ଜାଲ ମୋହର ମାଧ୍ୟମରେ ଜାଲିଆତି କରୁଥିବା ସହରର ଅନ୍ୟ ଭଦ୍ର ମୁଖାଧାରୀ ମାନଙ୍କୁ ପୁଲିସ ଧରିବାକୁ ସାଧାରଣରେ ଦାବି ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories