www.samajalive.in
Saturday, December 6, 2025
19.1 C
Bhubaneswar

୨୯.୫ ପ୍ରତିଶତ କମ୍ ବର୍ଷା ; ଚିନ୍ତାରେ ଚାଷୀ, ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ଵର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ଠାରୁ ୨୯.୫ ମିମି କମ୍ ବର୍ଷା ହୋଇଛି । ଯାହାକୁ ନେଇ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଛି । ​‌ତେବେ ଏଭଳି ସ୍ଥଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ଜୁନ୍ ମାସରେ ୧୪୮ ମିମି  ବର୍ଷା ହୋଇଛି, ଯାହାକି ସ୍ବଭାବିକ ଠାରୁ ୩୧ ପ୍ରତିଶତ କମ୍ ରହିଥିଲା । ସେହିପରି ଜୁଲାଇ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୨୯୦.୪ ମିମି ବର୍ଷା ହୋଇଯାଇଛି, ଯାହାକି ସ୍ୱାଭାବିକ ଠାରୁ ୨୯.୫ ପ୍ରତିଶତ କମ୍ ହୋଇଛି ।

- Advertisement -

ଅନ୍ୟପକ୍ଷରେ ଆଗକୁ ଲଘୁଚାପ ଜନିତ ବର୍ଷାର ସମ୍ଭାବନା ଥିବାରୁ ବୁଣାବୁଣିକାମ ଶେଷ କରନ୍ତୁ ଓ ଧାନ ରୁଆ ରୋଇ କାମ ଆରମ୍ଭ କରନ୍ତୁ।

# ସଂପ୍ରତି ସୁନ୍ଦରଗଡ, ମୟୁରଭଞ୍ଜ, ଗଜପତି,ଅନୁଗୁଳ, ଦେବଗଡ, କନ୍ଧମାଳ, ବୌଦ୍ଧ, ରାୟଗଡା, କେନ୍ଦୁଝର, ବଲାଙ୍ଗୀର ଓ ବାଲେଶ୍ୱେର ଆଦି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ କେତେକ ନିର୍ଦ୍ଦିଷ୍ଟ ବ୍ଲକରେ ଧାନ ତଥା ଅଣଧାନ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି।
# ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ରୁ ୨୭ ତାରିଖରେ ବର୍ଷାର ସମ୍ଭାବନା ରହିଛି।
ଏହି ପରିପ୍ରେକ୍ଷୀରେ ଫସଲର ସୁପରିଚାଳନା ପାଇଁ କେ​‌ତେକ ପରାମର୍ଶ :
ଧାନ-

# ଯେଉଁଠି ବୁଣାବୁଣି ସରିଯାଇଛି, ସେଠି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଧାନ ଫସଲକୁ ନଷ୍ଟ ନ କରି ଅପେକ୍ଷା କରନ୍ତୁ

# ଯେଉଁ ଜମିରେ ରୁଆ ସରି ଯାଇଛି, ସେଠି ଧାନ ଫସଲକୁ ଲକ୍ଷ୍ୟ କରି ଜଳସେଚନ କରନ୍ତୁ

#  ରୋଇବା ପାଇଁ ତଳି ପ୍ରସ୍ତୁତ ହୋଇ ରହିଥିଲେ ଜଳସେଚନ କରି ତଳି ବଞ୍ଚାଇ ରଖନ୍ତୁ

 

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories