ବଡ ଖବର :
# ଶେଷରେ ଇସ୍ତଫା ଦେଲେକର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର କୁମାରସ୍ବମୀ,
# ରାଜଭବନ ଯାଇ ରାଜ୍ୟପାଳଙ୍କୁଇସ୍ତଫା ପ୍ରଦାନ କଲେ
# କର୍ଣ୍ଣାଟକ ନାଟକର ଅନ୍ତ, ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ କୁମାରସ୍ବମୀ, ୧୪ ମାସର ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରର ପତନ।
# ଇସ୍ତଫା ଦେବାକୁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର କୁମାରସ୍ବମୀ।
# ଆଇନ ଶୃଙ୍ଖଳା ଦୃଷ୍ଟିରୁ ବେଙ୍ଗାଲୁରୁରେ ୧୪୪ଧାରା ଜାରି, ସମସ୍ତ ମଦ ଦୋକାନ ବନ୍ଦ
# ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ବାମୀଙ୍କ ଭାବ ବିହ୍ବଳ ଉତ୍ତର, କହିଲେ ରାଜନୀତିକୁ ଆସିବା ଭୁଲ ହୋଇଗଲା
# ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ, ନାରୀ ନିର୍ଯ୍ୟାତନା ଓ ନାବାଳିକା ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ
# ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ
# ବୋରିସ ଜନସନ୍ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ, ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି।
# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ , ଏହାକୁ ଖଣ୍ଡନ କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି, ଟ୍ରମ୍ପଙ୍କ ମନ୍ତବ୍ୟ ଯଦି ସତ୍ୟ ହୋଇଥାଏ, ତା’ହେଲେ ପ୍ରଧାନମନ୍ତ୍ରୀ ଦେଶକୁ ଧୋକା ଦେଇଛନ୍ତି।
# ଆଜି ରାଷ୍ଟ୍ରୀୟ ପ୍ରସାରଣ ଦିବସ
ଆଞ୍ଚଳିକ:
# ରାଜ୍ୟରେ ୨୯.୫ ପ୍ରତିଶତ କମ୍ ବର୍ଷା, ଚିନ୍ତାରେ ଚାଷୀ, ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଳା ପାଇଁ ଓୟୁଏଟି ଜାରି କଲା ମାର୍ଗଦର୍ଶିକା
# ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ, ଗୃହ ବାରମ୍ବାର ମୁଲତବୀ
# ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ, ନାରୀ ନିର୍ଯ୍ୟାତନା ଓ ନାବାଳିକା ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ
# ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ
# ଅନୁଗୁଳ ସ୍ଥିତ ନାଲ୍କୋ ପ୍ଲାଣ୍ଟରେ ଏକ ଦୁର୍ଘଟଣାରେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
# ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛି।
# ଉନ୍ନତମାନର ମୋବାଇଲ ସେବା ଦାବିରେ ଚିତ୍ରକୋଣ୍ଡା ବନ୍ଦ, ରାସ୍ତା ଅବରୋଧ, ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ
# କେନ୍ଦୁଝର ଜିଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।
# ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି ।
# ବ୍ରହ୍ମପୁର ସହରର ୧୦ରୁ ଅଧିକ ଅଞ୍ଚଳରେ ୫ ଦିନ ହେବ ପିଇବା ପାଣି ମିଳୁନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
# ଗଞ୍ଜାମ ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଗିରଫ, ୨୫୦ ପ୍ୟାକେଟ୍ ଜେଲୋଟିନ୍ ଓ ୩୫୦ କେଜି ଡିଟୋନେଟର୍ ଜବତ
ଜାତୀୟ:
# କର୍ଣ୍ଣାଟକରେ ରାଜନୈତିକ ସଙ୍କଟର ଅବସାନ, କୁମାରସ୍ବାମୀ ସରକାରଙ୍କର ପତନ
# ଶେଷରେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ
# ଆମ୍ରପାଲୀ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ଆମ୍ରପାଲୀର ରେରା ପଞ୍ଜୀକରଣ ବାତିଲ କରିଦେବା ସହିତ ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପକୁ ଶେଷ କରିବା ଲାଗି ନ୍ୟାଶନାଲ ବିଲ୍ଡିଂ କନ୍ଷ୍ଟ୍ରକ୍ସନ କର୍ପୋରେଶନ (ଏନବିସିସି)କୁ ନିର୍ଦେଶ ଦେଇଛନ୍ତି।
# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ
# ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ତାରିଖ ସୁପ୍ରିମକୋର୍ଟ ଅଗଷ୍ଟ ୩୧ ପର୍ୟ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଏନଆରସିର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ ।
# ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
# ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟବାସୀଙ୍କୁ ବଡ଼ ଉପହାର ସ୍ବରୂପ ଭାରତର ପ୍ରଥମ ରାଜ୍ୟ ଭାବେ ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ ଉଦ୍ୟୋଗ, ପ୍ରତିଷ୍ଠାନ ଏବଂ କାରଖାନାରେ ୭୫% ଚାକିରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି
#ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସୈନିକ ଔରଙ୍ଗଜେବଙ୍କ ଦୁଇ ସାନ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ସବିରଙ୍କ ସେନାରେ ଯୋଗଦାନ
# ଦିବ୍ୟାଙ୍ଗମାନଙ୍କ ରେଳ ଯାତ୍ର ସହଜ କରିବାକୁ ଖୁବ୍ ଶୀଘ୍ର ବିକଳ୍ପ ପଦକ୍ଷେପ ଗ୍ରହଣ କରିବାକୁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ
ଆନ୍ତର୍ଜାତିକ:
# ବୋରିସ ଜନସନ୍ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ
# ଦ୍ବିପାକ୍ଷିକ ଆଲୋଚନାରେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ ବୋଲି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
# ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରସ୍ତାବ
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସମ୍ପର୍କିତ ମନ୍ତବ୍ୟ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶରେ କଡ଼ା ନିନ୍ଦା କରାଯିବା ସହିତ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
୨୯.୫ ପ୍ରତିଶତ କମ୍ ବର୍ଷା ; ଚିନ୍ତାରେ ଚାଷୀ, ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି
ଭୁବନେଶ୍ଵର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ଠାରୁ ୨୯.୫ ମିମି କମ୍ ବର୍ଷା ହୋଇଛି । ଯାହାକୁ ନେଇ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଛି । ତେବେ ଏଭଳି ସ୍ଥଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ଜୁନ୍ ମାସରେ ୧୪୮ ମିମି ବର୍ଷା ହୋଇଛି, ଯାହାକି ସ୍ବଭାବିକ ଠାରୁ ୩୧ ପ୍ରତିଶତ କମ୍ ରହିଥିଲା । ସେହିପରି ଜୁଲାଇ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୨୯୦.୪ ମିମି ବର୍ଷା ହୋଇଯାଇଛି, ଯାହାକି ସ୍ୱାଭାବିକ ଠାରୁ ୨୯.୫ ପ୍ରତିଶତ କମ୍ ହୋଇଛି ।
ଅନ୍ୟପକ୍ଷରେ ଆଗକୁ ଲଘୁଚାପ ଜନିତ ବର୍ଷାର ସମ୍ଭାବନା ଥିବାରୁ ବୁଣାବୁଣିକାମ ଶେଷ କରନ୍ତୁ ଓ ଧାନ ରୁଆ ରୋଇ କାମ ଆରମ୍ଭ କରନ୍ତୁ।
# ସଂପ୍ରତି ସୁନ୍ଦରଗଡ, ମୟୁରଭଞ୍ଜ, ଗଜପତି,ଅନୁଗୁଳ, ଦେବଗଡ, କନ୍ଧମାଳ, ବୌଦ୍ଧ, ରାୟଗଡା, କେନ୍ଦୁଝର, ବଲାଙ୍ଗୀର ଓ ବାଲେଶ୍ୱେର ଆଦି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ କେତେକ ନିର୍ଦ୍ଦିଷ୍ଟ ବ୍ଲକରେ ଧାନ ତଥା ଅଣଧାନ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି।
# ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ରୁ ୨୭ ତାରିଖରେ ବର୍ଷାର ସମ୍ଭାବନା ରହିଛି।
ଏହି ପରିପ୍ରେକ୍ଷୀରେ ଫସଲର ସୁପରିଚାଳନା ପାଇଁ କେତେକ ପରାମର୍ଶ :
ଧାନ-
ଯେଉଁ ଜମିରେ ରୁଆ ସରି ଯାଇଛି, ସେଠି ଧାନ ଫସଲକୁ ଲକ୍ଷ୍ୟ କରି ଜଳସେଚନ କରନ୍ତୁ
ମଦ୍ୟପ ନେଲା ୨ମଦ୍ୟପଙ୍କ ଜୀବନ
ଡେରାଡୁନ୍ .- ଉତ୍ତରାଖଣ୍ଡର ପୌଡି ଅଞ୍ଚଳରେ ଏକ ରୋଷେଇ ଘରୁ ଦୁଇ ଜଣ ଯୁବକଙ୍କର ମୃତ ଦେହ ଜବତ କରାଯାଇଛି । ପୌଡି ଅଞ୍ଚଳରେ ଥିବା ଚାରକଣ୍ଡି ଗ୍ରାମରେ ସନ୍ଦେହଜନକ ଅବସ୍ଥାରେ ଦୁଇଜଣ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ମୃତ ଯୁବକଙ୍କର ପତ୍ନୀ ଥାନାରେ ଅଭିଯୋଗକରିଥିଲେ । ପରେ ପୁଲିସ ଏହି ଦୁଇଜଣଙ୍କର ଆଉଜଣେ ସାଙ୍ଗକୁ ହତ୍ୟା ଅଭିଯୋଗରେ ଗିରଫ କରିଛି ।
ଦୁଇ ଜଣ ଗୋଟିଏ ଭଡା ଘରେ ରହୁଥିଲେ । ଘର ମାଲିକ ସହ ଭଡା ଘରର ରୋଷାଇ ଘରେ ବସି ରାତିସାରା ମଦ୍ୟପାନ କରିଥିଲେ । ସକାଳେ ଘର ମାଲିକଙ୍କ ସ୍ତ୍ରୀ ଘର ବାହାରୁ ଦିଆଯାଇଥିବା ଦେଖିଥିଲେ । ସେ ଘର କବାଟ ଖୋଲିବା ମାତ୍ରେ ତା ଭିତରେ ତାଙ୍କ ସ୍ୱାମୀଙ୍କ ସହ ଅନ୍ୟଜଣେ ଯୁବକ ଅଧାଜଳା ଅବସ୍ଥାରେ ପଡିଥିବା ଦେଖିଥିଲେ । ସେ ଭୟରେ ପାଟି କରିଥିଲେ ପରେ ଅନ୍ୟମାନେ ଘଟଣାସ୍ଥଳରେ ପହଁଚିଥିଲେ ।
ପରେ ପୁଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣା ବେଳେ ଏମାନେ ତିନିଜଣ ରାତିରେ ମଦ ପିଉଥିବା ପୁଲିସକୁ ସୂଚନା ମିଳିଥିଲା । ଅନ୍ୟ ଜଣେ ୧୯ ବର୍ଷିୟ ଯୁବକ ଘଟଣାସ୍ଥଳରେ ନଥିଲା । ପୁଲିସ ତୁରନ୍ତ ସେହି ଯୁବକକୁ ଅଟକ ରଖିଥିଲା । ମଦ୍ୟପାନ ପରେ ତିନି ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାରରେ ଦୁଇଜଣଙ୍କୁ ହତ୍ୟା କରି ସେ ନିଆଁ ଲଗାଇଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଛି । ପୁଲିସ ହତ୍ୟା ଅଭିଯୋଗରେ ତାକୁ କୋର୍ଟ ଚାଲାଣ କରିଛି ।




