www.samajalive.in
Monday, December 8, 2025
24.1 C
Bhubaneswar

ସାମ୍ବାରେ ପୁଣି ଉଡିଲା ଡ୍ରୋନ; ବନ୍ଦିପୋରାରେ ଗୁଳି ବିନିମୟ ଜାରି; ଜଣେ ଆତଙ୍କବାଦୀର ମୃତ୍ୟୁ

ସାମ୍ବା: ଜମ୍ମୁ କାଶ୍ମୀରର ସାମ୍ବା ଜିଲାରେ ସୋମବାର ରାତିରେ ପୁନର୍ବାର ସନ୍ଦିଗ୍ଧ ଡ୍ରୋନ ଠାବ କରାଯାଇଛି। ଏ ସମ୍ପର୍କରେ ପୁଲିସ ଅଧୀକ୍ଷକ ରାଜେଶ ଶର୍ମା କହିଛନ୍ତି, ଡ୍ରୋନ ଉଡୁଥିବା ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସକୁ ତୁରନ୍ତ ସୂଚନା ଦିଆଯିବା ସହିତ ତାହା ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା। ତାହା ପୂର୍ବରୁ ରବିବାର ରାତିରେ ମଧ୍ୟ ସାମ୍ବା ଓ ବାରିବ୍ରାହ୍ମଣର ଚାରିଟି ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ ଉଡାଣ କରିଥିଲା। ଏହା ପୂର୍ବରୁ ଶୁକ୍ରବାର ରାତିରେ ସାମ୍ବା ଜିଲାର ତିନିଟି ପୃଥକ ପୃଥକ ସ୍ଥାନରେ ଡ୍ରୋନ ଠାବ କରାଯାଇଥିଲା। ଜୁଲାଇ ୧୬ରେ ଜମ୍ମୁସ୍ଥିତ ବାୟୁସେନା ସ୍ଥଳ ଉପରେ ଡ୍ରୋନରୁ ଆକ୍ରମଣ କରାଯିବା ପରଠାରୁ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବରାବର ପାକିସ୍ତାନ ପଟୁ ପଠାଯାଉଥିବା ଡ୍ରୋନ ଉଡାଣ କରୁଛି। ଇତିମଧ୍ୟରେ ଜମ୍ମୁ ବାୟୁସେନା ସ୍ଥଳରେ ରାଷ୍ଟ୍ରୀୟ ସୁରକ୍ଷା ବାହିନୀ (ଏନଏସଜି) ପକ୍ଷରୁ ଡ୍ରୋନ ନିରୋଧୀ ବ୍ୟବସ୍ଥା ସ୍ଥାପନ କରାଯାଇସାରିଛି। ଏଥିସହିତ ଜମ୍ମୁ ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟିଗୁଡିକରେ ଭବିଷ୍ୟତରେ ଏଭଳି ଡ୍ରୋନ ଆକ୍ରମଣ ଆଶଙ୍କା ଏଡାଇବା ପାଇଁ ବାୟୁ ସେନା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟଏକ ଘଟଣାକ୍ରମରେ ଜମ୍ମୁ କାଶ୍ମୀରର ଚାଣ୍ଡାଜୀ ଅଞ୍ଚଳରେ ଆତଙ୍କି ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ସେଠାରେ ପହଞ୍ଚି ତଲାସି ଆରମ୍ଭ କରିଥିଲେ। ଲୁଚିଥିବା ଆତଙ୍କିମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବା ପରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ତାର ପରିଚୟ ମିଳିପାରିନାହିଁ। ଘଟଣା ଏହାପରେ ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories