www.samajalive.in
Monday, December 8, 2025
27.1 C
Bhubaneswar

ହସ୍ତଶିଳ୍ପ ତାଲିମ ଶିବିର କାର୍ୟ୍ୟକ୍ରମ 

ବେଗୁନିଆ : କରୋନା କଟକଣା ଯୋଗୁଁ ୨୦୧୯/୨୦ ମସିହାରୁ ପଡିରହିଥିବା ଯୋଜନା ଗୁଡିକ ଏବେ କାର୍ୟ।ରମ୍ଭ କରିଛି । ବେଗୁନିଆ ବ୍ଲକ ବାଘମାରୀ ମିଲନ ପଥର ମୂର୍ତ୍ତି ଶିଳ୍ପ କେନ୍ଦ୍ରର ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ତତ୍ୱ।ବଧାନରେ ୧୫ ଜଣ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବର୍ଷିଆ ହସ୍ତଶିଳ୍ପ ଓ ତାଲିମଶିବିର ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ମାନସ ବିଶ୍ୱାଳ ମୁଖ୍ୟ ଅତିଥି ଏବଂ ସମ୍ମାନୀତଅତିଥି ଭାବେ ଶିଳ୍ପୀ ଶିବସଙ୍କର ଦାସ ଓ ବରିଷ୍ଠ କଳାକାର ଦୟାନିଧି ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।ଜ୍ୟୋତିର୍ବିଦ ରଜନୀକାନ୍ତ ପଣ୍ଡା ସଭା ସଂଯୋଜନା କରିଥିଲେ । ଅଂଚଳରେ ଥିବା କଳା ଓ କଳାକାର ମାନଙ୍କ ବିକାଶ ପାଇଁ ସରକାର ପ୍ରଣୟନ କରୁଥିବା ଯୋଜନା ଗୁଡିକ କିପରି କଳାକାରଙ୍କ ନିକଟରେ ପଂହଁଚି ପାରିବ ସେ ସଂକ୍ରାନ୍ତରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶିଳ୍ପୀ କଳ୍ପତରୁ ପଣ୍ଡା ଉଦଯାପନୀ ସଙ୍ଗୀତ ପରିବେଷଣ କରି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories