www.samajalive.in
Monday, December 8, 2025
27.1 C
Bhubaneswar

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ପରାସ୍ତ; ବେଲଜିୟମ ଠାରୁ ସେମିଫାଇନାଲରେ ୫-୨ ଗୋଲରେ ହାରିଲା

ଟୋକିଓ: ଏଠାରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡାର ପୁରୁଷ ହକି ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରତିପକ୍ଷ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି। ବେଲଜିୟମ ଫାଇନାଲ ଖେଳିବାକୁ ନିଜର ସ୍ଥାନ ସୁନିଶ୍ଚିତ କରିଥିବାବେଳେ ଭାରତୀୟ ପୁରୁଷ ହକି ଦଳ ଆଗକୁ କାଂସ୍ୟ ପଦକ ପାଇଁ ପ୍ରତିଯୋଗିତା କରିବେ। ଚଳିତ ମାସ ୫ ତାରିଖରେ ଭାରତ କାଂସ୍ୟ ପଦକ ପାଇଁ ଖେଳିବ ବୋଲି ଜଣାଯାଇଛି।
ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ବେଲଜିୟମ ଦଳ ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରିଥିଲା। ଏହି ଦଳ ଶେଷ କ୍ୱାର୍ଟରରେ ତିନିଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଭାରତ ପକ୍ଷରୁ ମନଦୀପ ସିଂ ଏବଂ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ପୁରୁଷ ହକିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ।
ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‍ କରି କହିଛନ୍ତି ଯେ ଭାରତୀୟ ଖେଳାଳି ମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛନ୍ତି। ହାରିବା ଓ ଜିତିବା ଜୀବନର ଅଂଶ ବିଶେଷ। ଏଥିସହିତ ସେ ଭାରତୀୟ ଖେଳାଳିମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories