www.samajalive.in
Wednesday, December 10, 2025
26.1 C
Bhubaneswar

ବକ୍ସ ଅଫିସରେ କମାଲ୍‍ କରୁଛି ‘ଡ୍ରିମ୍‍ଗର୍ଲ’ : ଜାଣନ୍ତୁ ୨ ଦିନର ଆୟ

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍‍ଗର୍ଲ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ମୁକ୍ତିଲାଭର ୨ଦିନ ମଧ୍ୟରେ ଏହା ୨୬ କୋଟି ୪୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୧୦ କୋଟି ୫ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୧୬ କୋଟି ୪୨ ଲକ୍ଷ ଟଙ୍କା ଆୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ଏହାସହିତ ତୃତୀୟ ଦିନର ଆୟ ପ୍ରଥମ ଓ ଦ୍ୱିତୀୟ ଦିନର ରେକର୍ଡ଼ ଭାଙ୍ଗିବ ବୋଲି ସେ ଅନୁମାନ କରି କହିଛନ୍ତି। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୩୦ କୋଟି ରହିଛି।
‘ଡ୍ରିମ୍‍ଗର୍ଲ’ରେ ନୁଶରତ ଭରୁଚା ଆୟୁଷ୍ମାନଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ଅନ୍ନୁ କପୁର, ଅଭିଷେକ ବାନାର୍ଜୀ ଓ ବିଜୟ ରାଜ ପ୍ରମୁଖ କଳାକାରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories