www.samajalive.in
Tuesday, December 9, 2025
16.1 C
Bhubaneswar

୪୬ ବର୍ଷରେ ପାଦ ଦେଲେ ଦ୍ରାବିଡ଼

ନୂଆଦିଲ୍ଲୀ : ‘ଦି ୱାଲ୍‌’ ଭାବେ ପରିଚିତ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ଦ୍ରାବିଡ଼ଙ୍କୁ ସାଥୀ ଖେଳାଳିଙ୍କ ସମେତ ପ୍ରଶଂସକ ମହଲରୁ ଶୁଭେଚ୍ଛା ମିଳିଛି।
ପୂର୍ବତନ କ୍ରିକେଟର୍ ଭିଭିଏସ୍‌ ଲକ୍ଷ୍ମଣ ଟ୍ବିଟର୍‌ ଯୋଗେ ଦ୍ରାବିଡ଼ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ଭାରତୀୟ କ୍ରିକେଟ୍ ପ୍ରତି ଦ୍ରାବିଡ଼ଙ୍କ ଅବଦାନ ଅତୁଳନୀୟ ବୋଲି ଲକ୍ଷ୍ମଣ ଦର୍ଶାଇବା ସହ ଯୁବ କ୍ରିକେଟର୍‌ଙ୍କ ପାଇଁ ସେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମତ ଦେଇଛନ୍ତି। ସେହିପରି ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ ଶୁଭେଚ୍ଛା ଜଣାଇବା ସହ ଦ୍ରାବିଡ଼ଙ୍କ ସହ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ୍‌ ବୋଲି ଦର୍ଶାଇଛନ୍ତି। ଭରତୀୟ ଅଫ୍‌ସ୍ପିନର ହରଭଜନ ସିଂହ ନିଜ ବାର୍ତ୍ତାରେ ଯୁବ କ୍ରିକେଟର୍‌ଙ୍କ ଭବିଷ୍ୟତ ଗଢ଼ି ତୋଳିବାରେ ଦ୍ରାବିଡ଼ଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ବିସିସିଆଇ ତରଫରୁ ମଧ୍ୟ ଦ୍ରାବିଡ଼ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍‌ ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରିବା ସହ ଦ୍ରାବିଡ଼ ସର୍ବଦା ତାଙ୍କର ଅନ୍ୟତମ ପସନ୍ଦଯୋଗ୍ୟ କ୍ରିକେଟର୍‌ ହୋଇ ରହିବେ ବୋଲି ଦର୍ଶାଇଛନ୍ତି।
ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ପରିଚିତ ଦ୍ରାବିଡ଼ ନିଜ କ୍ୟାରିୟରରେ ୧୬୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୩,୨୮୮ ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୩୬ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ରହିଥିଲା। ସେହିପରି ସେ ୩୪୪ଟି ଦିନିକିଆ ମ୍ୟାଚ୍‌ ଖେଳି ୧୦,୮୮୯ ରନ୍‌ ସଂଗ୍ରହ କରିଥିଲେ। ଦ୍ରାବିଡ଼ ୨୯୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୩,୭୯୪ ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୬୮ଟି ଶତକ ଓ ୧୧୭ଟି ଅର୍ଦ୍ଧଶତକ ରହିଛି। ଗତ ନଭେମ୍ବରରେ ତାଙ୍କୁ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories