www.samajalive.in
Monday, December 8, 2025
17.1 C
Bhubaneswar

ବିରୋଧୀ ମହାମେଣ୍ଟ ବିଜେପି ପଥରେ ପ୍ରତିବନ୍ଧକ ନୁହେଁ : ଶାହା

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ଭୋଟ ଗଣତି ପର୍ଯ୍ୟନ୍ତ ମନପ୍ରାଣ ଦେଇ କାର୍ଯ୍ୟ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀର ରାମଲୀଳା ମୈଦାନରେ ବିଜେପିର ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରି ଶ୍ରୀ ଶାହା ଏହା କହିଛନ୍ତି। ସରକାରଙ୍କର ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଯାତ୍ରାକୁ ଆଗକୁ ଆଗେଇ ନେବା ପାଇଁ ସେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ଦେଶରେ ବିଜେପିର ଜୟଯାତ୍ରା ପାଇଁ ଯତ୍ନଶୀଳ ହୋଇ କାର୍ଯ୍ୟ କରିବାକୁ ମଧ୍ୟ ସେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

Pic.Courtesy : YouTube

ବିରୋଧୀ ଦଳଗୁଡ଼ିକର ମହାମେଣ୍ଟ କେବେ ବିଜେପି ପଥରେ ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ରାମମନ୍ଦିର ସଂକ୍ରାନ୍ତରେ ଅମିତ ଶାହା କହିଛନ୍ତି, ସୁପ୍ରିମ୍‍କୋର୍ଟରେ ମାମଲା ଯେଭଳି ସହଜରେ ସମାଧାନ ହୋଇପାରିବ ସେ ଦିଗରେ ବିଜେପି ଉଦ୍ୟମ କରୁଛି। ମାମଲା ଶୀଘ୍ର ସମାଧାନ ହେବା ପଥରେ କଂଗ୍ରେସ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ଅଯୋଧ୍ୟାରେ ସାମ୍ବିଧାନିକ ଉପାୟରେ ରାମମନ୍ଦିର ନିର୍ମାଣ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଶାହା ଦୋହରାଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ କ୍ୟାବିନେଟର ସଦସ୍ୟଗଣ,  ବିଜେପିର ମୁଖ୍ୟମନ୍ତ୍ରୀ ଗଣ, ସମସ୍ତ ସାଂସଦ ଓ ପାର୍ଟିର ବରିଷ୍ଠ ନେତାମାନଙ୍କ ସମେତ ଅନ୍ୟମାନେ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨ହଜାର ପ୍ରତିନିଧି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ବିଜେପି ଏହାର ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମିଳନୀକୁ ଆମନ୍ତ୍ରିତ କରିଥିଲା। ଆସନ୍ତାକାଲି ଉଦ୍‍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‍ବୋଧନ ଦେବେ। ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେପି ଜାତୀୟ ସମ୍ମିଳନୀକୁ ବେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସମ୍ମିଳନୀରେ ବହୁ ଅର୍ଥନୈତିକ ଓ ରାଜନୈତିକ ପ୍ରସ୍ତାବ ଗୃହିତ ହେବାର ଆଶା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories