www.samajalive.in
Saturday, December 13, 2025
14.1 C
Bhubaneswar

ରୋଗୀର ମୃତ୍ୟୁ ପରେ ଆତ୍ମହତ୍ୟା ଉଦ୍ୟମ କଲେ ଡାକ୍ତର

ବରଗଡ଼: ବରଗଡ ସହରରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବରଗଡ଼ ସହର ଉପକଣ୍ଠ ବନବାସପାଲି ଗ୍ରାମର ଲବଙ୍ଗ ସାହୁ ନାମ୍ନୀ ଜଣେ ମହିଳାଙ୍କ ଚିକିତ୍ସାବେଳେ ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁ ହେବା ପରେ ସମ୍ପୃକ୍ତ ଡାକ୍ତର ବରଗଡ଼ ବାନ୍ଦୁଟିକ୍ରା ନିବାସୀ ସୁବୋଧ ସାହୁ ନିଜ କ୍ଲିନିକରେ ପୁଲିସ ସମ୍ମୁଖରେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ମୃତ ମହିଳାଙ୍କ ଦାନ୍ତ ବିନ୍ଧା ହେଉଥିଲା ଫଳରେ ସେ ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଆସିଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories