www.samajalive.in
Monday, December 8, 2025
14.1 C
Bhubaneswar

ମୋଦକ ଚୋରିରୁ ଦଳାଚକଟା ଯାଏଁ, ଆଇନ ମନ୍ତ୍ରୀ ଉତ୍ତରଦାୟୀ – ଲେଖାଶ୍ରୀ ସାମନ୍ତ ସିଂହାର

ଡେସ୍କ: ଚଳିତ ରଥଯାତ୍ରା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ମୋଦକ ଚୋରିରୁ ଆରମ୍ଭ କରି ରବିବାର ଘଟିଥିବା ଦଳାଚକଟା ଘଟଣା ଓ ସେଥିରେ ୩ ଜଣଙ୍କ ପ୍ରାଣହାନୀ ନେଇ ବିଜେଡି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତ ସିଂହାର ରାଜ୍ୟ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଏକ ଟ୍ୱିଟ ଜରିଆରେ ଡଃ ଲେଖାଶ୍ରୀ କହିଛନ୍ତି, ଏଥର ରଥଯାତ୍ରାକୁ ଅବିସ୍ମରଣୀୟ କରିବାକୁ ରାଜ୍ୟ ସରକାର ବାହାସ୍ଫୋଟ ମାରିଥିଲେ, ହେଲେ ଅଘଟଣ ଏବଂ ବିବାଦ ପିଛା ଛାଡ଼ୁନି।

ସେ ଟ୍ୱିଟ କରିଛନ୍ତି, ମହାପ୍ରଭୁଙ୍କ ପାଇଁ ଲାଗି ହେବାକୁ ଥିବା ମୋଦକ ଚୋରି ହୋଇଗଲା, ସିଂହଦ୍ୱାରରେ ନନ୍ଦିଘୋଷ ଅଟକି ରହିଲା, ଶରଧାବାଲିରେ ଦଳାଚକଟାରେ ୩ ଜଣ ଭକ୍ତ ପ୍ରାଣ ହରାଇଲେ। ଏତେ ସବୁ ପରେ ମଧ୍ୟ ଅହଂକାରରେ ବୁଡି ରହିଥିବା ସରକାର ନିଜ ଦୋଷ ତ୍ରୁଟିକୁ ବୁଝି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିବା ବଦଳରେ କିଛି ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାୟିତ୍ୱ ସାରିଦେଉଛନ୍ତି।

- Advertisement -


ସେ କହିଛନ୍ତି, ରଥଯାତ୍ରାରେ ଅଘଟଣ ପାଇଁ ଆଇନ ମନ୍ତ୍ରୀ ସମ୍ପୂର୍ଣ୍ଣ ରୂପେ ଉତ୍ତରଦାୟୀ। ସେ ପ୍ରଶ୍ନ କରିଛନ୍ତି, ଉପ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି କଣ ତଦାରଖ କରୁଥିଲା? ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମିଡ଼ିଆ ସାମ୍ନାରେ ଫୁଟାଣି ମାରି ବୟାନ ଦେଇଥିବା ମୁଖ୍ୟମନ୍ତ୍ରୀ କଣ ପାଇଁ ଉତ୍ତରଦାୟୀ ହେବେନି?

ଡଃ ଲେଖାଶ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, କେବଳ କିଛି ଅଫିସରଙ୍କ ଉପରେ ଦୋଷ ଲଦି ସରକାର ଖସି ଯାଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦିଅନ୍ତୁ କିମ୍ବା ମନ୍ତ୍ରୀମଣ୍ଡଳରେ ଥିବା ଅପାରଗ ମନ୍ତ୍ରୀଙ୍କୁ ଦାୟିତ୍ୱରୁ ଅନ୍ତର କରନ୍ତୁ। ଏବଂ ଆଗାମୀ ଦିନରେ କିଭଳି ଅଘଟଣ ଆଉ ଘଟିବନି, ତାକୁ ନିଶ୍ଚିତ କରନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories